ଜଳେଶ୍ୱର ମହୋତ୍ସବ କମିଟି ପକ୍ଷରୁ ଯୁବ ସଚେତନା ଲାଗି ଗଣଦୌଡ ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସବୁ ବର୍ଷ ପରି ଚଳିତବର୍ଷ ମଧ୍ୟ ଜଳେଶ୍ୱର ମହୋତ୍ସବ କମିଟି ଜଳେଶ୍ୱର ମହୋତ୍ସବ କରିଛି । ଆଜି ମଙ୍ଗଳବାର ଅପରାହ୍ନରେ ଏହା ଉଦ୍‌ଘାଟିତ ହେବାକୁ ଥିବା ବେଳେ ପୂର୍ବାହ୍ନରେ ଯୁବସଚେତନତା ଲାଗି ଗଣଦୌଡ ଅନୁଷ୍ଠିତ ହୋଇଯାଇଛି । ନୂଆବଜାର ଜଗନ୍ନାଥ ମନ୍ଦିର ଓ ତାରିଣୀ ମନ୍ଦିର ନିକଟରୁ ଏହି ଗଣଦୌଡ ଆରମ୍ଭ ହୋଇଥିଲା । ଏହାକୁ ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁ ପତାକା ହଲାଇ ଉଦ୍‌ଘାଟନ କରିଥିଲେ । ଏହି ଗଣଦୌଡରେ ମହୋତ୍ସବ କମିଟି ସଭାପତି ଶିଶିର କୁମାର ହୁଇ, ସଂପାଦକ ଡ. ଅଜିତ୍ କୁମାର ମହାନ୍ତି, ପ୍ରବିର କୁମାର ପ୍ରଧାନ, ଦିଲ୍ଲିପ ଗିରି, ଆଇନ୍‌ଜିବୀ ସତ୍ୟସୁନ୍ଦର ଦାସ, ସମିର ପାତ୍ର, ଗୋବିନ୍ଦ ସାହୁ, ନନ୍ଦନ କୁମାର ଦତ୍ତ, ଗୋପାଳ ସାହୁ, ମଧୁସୂଦନ ଦତ୍ତ, ରାମନାରାୟଣ ଦାସ, ରାମଚନ୍ଦ୍ର ସାହୁ ପ୍ରମୁଖ ଭାଗ ନେଇଥିଲେ । ଯୁବ ସଚେତନତା, ପ୍ଲାଷ୍ଟିକ ବର୍ଜନ, ଭାଇଚାରା ପ୍ରତ୍ସାହନ ଓ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଜଳେଶ୍ୱର ବିକାଶକୁ ଗୁରୁତ୍ୱ ଦିଆଯାଇଥିଲା । ବହୁ ବୁଦ୍ଧିଜିବି, ରାଜନେତା, ସମାଜସେବୀ, ଶିକ୍ଷକ ଓ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ । ବିଶେଷତଃ ଜଗନ୍ନାଥ ମହିଳା ମହାବିଦ୍ୟାଳୟ, ଦିଗମ୍ବରୀ ଦେବୀ ଆଟିଆଇ ଓ +୨ କଲେଜ, ଜ୍ଞାନବିକାଶ ଆଇଟିଆଇ, ଜଗନ୍ନାଥ ଡିଗ୍ରୀ କଲେଜ ଓ ଜଳେଶ୍ୱର ମହିଳା ମହାବିଦ୍ୟାଳୟ ଏଥିରେ ଭାଗ ନେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା