ଜଳେଶ୍ୱର ପୌରପରିଷଦ କାର୍ଯ୍ୟାଳୟରେ ପ୍ରତି ମାସ ୧ ତାରିଖରେ ଜନଶୁଣାଣି କାର୍ଯ୍ୟକ୍ରମ ନିଷ୍ପତି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲିଟୀ କାର୍ଯ୍ୟାଳୟରେ ପ୍ରତି ମାସ ୧ ତାରିଖରେ ଜନଶୁଣାଣି କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ବର୍ତମାନ ଜଳେଶ୍ୱର ମ୍ୟୁନିସିପାଲିଟୀର କାଉନସିଲ୍ ଭାଙ୍ଗି ଯାଇଥିବା ଯୋଗୁଁ ପ୍ରଶାସକ ଭାବେ ବାଲେଶ୍ୱର ଉପ ଜିଲ୍ଲାପାଳ ନିଲୁ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଜନଶୁଣାଣି ଘ୧୦.୩୦ମି.ରୁ ଆରମ୍ଭ ହୋଇ ଦିନ ୨ଟା ଯାଏ ଚାଲିବ ବୋଲି ପରିଷଦ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଜନସାଧାରଣଙ୍କୁ ଅବଗତ କରାଯାଇଛି । ପୈାରାଂଚଳର ଜନସାଧାରଣ ଏହି ଜନଶୁଣାଣିରେ ନିଜର ଆପତି ଅଭିଯୋଗ ଜଣାଇ ପାରିବେ ।

ରିପୋର୍ଟ : ଭୂପତି କୁମାର ପରିଡା