
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନିର୍ବାଚନ ମଣ୍ଡଳିର ଗୌରବ ଆଣିଛନ୍ତି ଯୁବ ନେତା ହରିଶଙ୍କର ଜେନା । ଏବେ ସେ ରାଜ୍ୟ ଯୁବ କଂଗ୍ରେସର ଭାରପ୍ରାପ୍ତ ସଂପାଦକ ବୋଲି ସଭାପତି ଡ. ସ୍ମୃତିରଂଜନ ଲେଙ୍କା ଆଜି ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚାଇଛନ୍ତି । ପ୍ରକାଶଯୋଗ୍ୟ ଶ୍ରୀ ଜେନା ଛାତ୍ର ଅମଳରୁ କଂଗ୍ରେସର ଜଣେ ଶୃଙ୍ଖଳିତ ଛାତ୍ରନେତାଭାବେ କାହିଁ କରି ଆସିଛନ୍ତି । ବିଭିନ୍ନ ସାଂଗଠନିକ କାର୍ଯ୍ୟ ଏବଂ ନିର୍ବାଚନ ସମୟରେ କଂଗ୍ରେସ ପୃଷ୍ଠପୋଷକତାରେ ପ୍ରଚାର ଅଭିଯାନରେ ମଧ୍ୟ ଅତୀତରେ ପାରଦର୍ଶୀତା ଅର୍ଜନ କରିଥିଲେ । ରାଜ୍ୟ ସଂଗଠନ ପକ୍ଷରୁ ତାଙ୍କୁ ଏପାରି ଦାୟିତ୍ୱ ଦିଆଯାଇଥିବାରୁ ସମର୍ଥକଙ୍କ ପକ୍ଷରୁ ରାଜ୍ୟ ନେତୃମଣ୍ଡଳୀ, କେନ୍ଦ୍ରୀୟ ସଭାପତି ସୁନିଆ ଗାନ୍ଧ, ରାହୁଲ ଗାନ୍ଧି ପ୍ରମୁଖଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ସଂଗଠନକୁ ମଜବୁତ କରିବେ ବୋଲି ସେ ପ୍ରକାଶ କରିଛନ୍ତି ।
ରିପୋର୍ଟ : ଭୂପତି ପରିଡା