ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୋଲିସ୍ ଓ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫର ବ୍ରାଉନ୍ସୁଗର ଅପରାଧ ରୋକିବା ଲାଗି ବିଭିନ୍ନ ସମୟରେ ଜାଲ ବିଛାଇବା ଫଳରେ ଗତ ରାତିରେ୨୫ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ୨୫୦ଗ୍ରାମ ବ୍ରାଉନ୍ସୁଗର ଜବତ୍ କରିବା ସହ ଜଣକୁ ଗିରଫ କରିବରେ ସଫଳ ହୋଇଛି । ଅଦ୍ୟାବଧି ୧ମାସ ମଧ୍ୟରେ ପ୍ରାୟ ୧କୋଟି ଟଙ୍କା ମୂଲ୍ୟର ବ୍ରାଉନ୍ସୁଗର ଜବତ୍ ହୋଇଥିବା ଜଣାଯାଇଛି । ଏକ ସୂଚନା ବଳରେ ଜଳେଶ୍ୱରର ଏକ ନିର୍ଦ୍ଦିଷ୍ଟ ଅଂଚରୁ ରେଳ ଯୋଗେ ଅନ୍ୟ ସ୍ଥ୍ାନକୁ ବ୍ରାଉନ୍ସୁଗର ଚାଲାଣ ହେବାର ଜଣାଯିବାପରେ ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁ ଏହାକୁ କାବୁ କରିବାରେ ସଫଳ ହୋଇଥିଲେ । ଜଳେଶ୍ୱର ମ୍ୟୁନିସିପାଲଟିର ଝାଡେଶ୍ୱରପୁର ଅଂଚଳରସେକ୍ ଜମିରୁର୍ଦ୍ଦିନ ଓରଫ କାଲା(୨୫) ଏହି ଘଟଣାରୁ ମୁଖ୍ୟ କାର୍ପଟଦାର ଥିବାରୁ ତାକୁ ଧରିବା ସହିତ ତା ନିକଟରୁ ୨୫୦ଗ୍ରାମର ବ୍ରାଉନ୍ସୁଗର ଜବତ୍ କରିଛନ୍ତି । କାଲା ରେଳ ଯୋଗେ ଅନ୍ୟତ୍ର ଯିବାକୁ ଉଦ୍ୟତ ଥିବା ବେଳେ ପୋଲିସ୍ ତାକୁ ଧରିଥିଲା । ଏହି ଜବତ୍ ବ୍ରାଉନ୍ ସୁଗରର ମୂଲ୍ୟ ୨୫ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଆଇଆଇସି ଶ୍ରୀ ସାହୁ, ସବ୍ନିସ୍ପେକ୍ଟର ଦିଲ୍ଲିପ ସାମଲ, ଏଏସ୍ଆଇ ରମାକାନ୍ତ ସେଠୀ ସଦଳବଳେ ଅଭିଯୁକ୍ତକୁ ଗିରଫ କରିବା ସହ ବ୍ରାଉନ୍ସୁଗର ଜବତ୍ କରିଛି । ସୂଚନାଯୋଗ୍ୟ ଜଳେଶ୍ୱରର ଝାଡେଶ୍ୱରପୁର ଅଂଚଳରୁ ଅଦ୍ୟବଧି ପ୍ରାୟ ୧୬ ଜଣ ନିଶାବ୍ୟବସାୟୀ ଗିରଫ ହୋଇଥିବା ବେଳେ ୧ କୋଟିରୁ ଅଧିକ ମୂଲ୍ୟର ବ୍ରାଉନ୍ସୁଗର ଜବତ୍ ହୋଇଥିବା କୁହାଯାଇଛି । ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରୁ କେତେକ ନୂଆମୁହଁ ଜଳେଶ୍ୱରକୁ ଯାତାୟାତ କରୁଥିବା ଦେଖିବାକୁ ମିଳୁଛି । ଗତ କିଛିଦିନ ପୂର୍ବରୁ ପୋଲିସ୍ ୨ ବଂଗାଳୀଙ୍କ ସହ ଜଳେଶ୍ୱରରୁ ଚୁଇଁକୁ ଗିରଫ କରିଥିବାରୁ ସେମାନଙ୍କ ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୁଲିସ୍ ହାତେଇଛି । ଏହାକୁ ଆଧାର କରି ପୋଲିସ୍ କେତେଜଣଙ୍କ ଉପରେ ତୀକ୍ଷ୍ମଣ ନଜର ରଖିଛି । ନିର୍ଦ୍ଦିଷ୍ଟ ଅଂଚଳରୁ କେତେକ ଯୁବକ ଫେରାର ଥିବା ବେଳେ ଏହି କାରବାରରେ ଆର୍ଥୀକ ସହାୟତା କରୁ ଥିବା କିଛି ବ୍ୟକ୍ତିବିଶେଷଙ୍କୁ ପୋଲିସ୍ ଖୋଜୁଛି ।
ରିପୋର୍ଟ : ଭୂପତି କୁମାର ପରିଡା