ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଜଳେଶ୍ୱର ଷ୍ଟେସନ ପରିସରରେ ଜଳେଶ୍ୱର ଅଂଚଳର ଦୈନିକ ରେଳଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଆଜି ଅପରାହ୍ନରେ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକକୁ ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ସଂଚାଳନା କରିଥିଲେ । ଏଥିରେ ସମାଜ କଲ୍ୟାଣ ବିକାଶ ପରିଷଦର ସାଧାରଣ ସଂପାଦକ ରାମଚନ୍ଦ୍ର ଜେନା, ଷ୍ଟେସନ ମ୍ୟାନେଜର ଖଗେନ୍ଦ୍ର ନାଥ ମଣ୍ଡଳ, ଜିଲା ଖାଉଟି ଅଦାଲତର ପୂର୍ବତନ ସଭାପତି ସୁକୁମାର ରଣା, ପୂର୍ବତନ କାଉନସିଲର ସୁଧିର ମହାନ୍ତି, ଜଗଦିଶ ନନ୍ଦି, ସତେନ୍ ଶ୍ୟାମନାଗ, ସମାଜସେବୀ ରିଆଜ ଖାଁ, ବରିଷ୍ଠ ସାମ୍ବାଦିକ ଅବନୀ ଚାନ୍ଦ, ରବିନାରାୟଣ ପାତ୍ର, ଗୌରଗୋପାଳ ସେନ୍, ଭୂପତି ପରିଡା, ଘନଶ୍ୟାମ ଗିରି, ଦୀନବଂଧୁ ପ୍ରଧାନ, ଅଜିତ୍ ସାହୁ, ରାଜେଶ୍ ପ୍ରଧାନ, ପ୍ରମୁଖ ଯୋଗ ଦେଇ ଜଳେଶ୍ୱର ଷ୍ଟେସନର ବିଭିନ୍ନ ସମସ୍ୟା ଓ ତାର ନିରାକରଣ, ବିଭିନ୍ନ ପାସେଞ୍ଜର ଟ୍ରେନର ବାତିଲ ଯୋଗୁଁ ରେଳଯାତ୍ରୀମାନେ ଭୋଗୁଥିବା ଅଭାବ ଅସୁବିଧା ଓ ପାନୀୟଜଳ ସମସ୍ୟା ସଂପର୍କରେ ଅ୍ରାଲୋଚନା କରିଥିଲେ । ଶେଷରେ ସମସ୍ତ ଯାତ୍ରୀମାନଙ୍କର ଦାବୀ ଅନୁଯାୟୀ ଏକ ନୂତନ ଜଳେଶ୍ୱର ରେଲ ୟୁଜର୍ସ କମିଟି ଗଠିତ ହୋଇଥିଲା । ଉକ୍ତ କମିଟିରେ ସଭାପତିରୂପେ ସୁକୁମାର ରଣା, ଉପସଭାପତି ରୂପେ ଅମରନାଥ ଘୋଷାଲ, ସଂପାଦକ ରୂପେ ପୂର୍ଣ୍ଣଚନ୍ଦ୍ର ପାତ୍ର, ସହସଂପାଦକ ରୂପେ ବିକାଶ ପାଳ ଓ କୋଷାଧ୍ୟକ୍ଷ ରୂପେ ଲୋକନାଥ ଧରଙ୍କୁ ସର୍ବସମ୍ମତକ୍ରମେ ନିର୍ବାଚିତ କରାଯାଇଥିଲା । ସମାଜସେବୀ କୁମାର କୃଷ୍ଣ କରଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା