ଜଳେଶ୍ୱର (ସମୃଦ୍ଧ ଓଡିଶା) ଜନସାଧାରଣଙ୍କୁ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଉତ୍ତମ ସେବା ଯୋଗାଇଦେବା ଲାୟନ୍ସ ଇଣ୍ଟରନେସନାଲର ମୁଳମନ୍ତ୍ର ବୋଲି ଲାୟନ୍ସ ଜିଲା ୩୨୨ସି୫ର ଗଭର୍ଣ୍ଣର (୨୦୧୮-୧୯) ଚନ୍ଦ୍ର ଶୋଖର ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ଜଳେଶ୍ୱର ଲାୟନ୍ସ କ୍ଲବର ୨୦ତମ ଅଧିଷ୍ଠାନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଲାୟନ୍ସ ପଟ୍ଟନାୟକ କ୍ଲବ ମାଧ୍ୟମରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ କମ୍ପବ୍ୟୁଟର ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ଯେଉଁ ୨୦ଲକ୍ଷ ଟଙ୍କା ବ୍ୟୟରେ ପ୍ରକଳ୍ୱ ଖୋଲାଯାଇଥିବାର ସେ ସନ୍ତୋଷ ପ୍ରକାଶ କରି ଥିଲେ । ସ୍ଥାନୀୟ ମୂରଲୀ କଲ୍ୟାଣ ମଣ୍ଡପଠାରେ ମାଷ୍ଟର ଅଫ ସେରିମନି ଜୀତାରାମ ଦେ ଓ ଡଃ ରମାକାନ୍ତ ଭଂଜଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ କ୍ତଲବର ପୂର୍ବତନ ସଭାପତି ବିଷ୍ଣୁପଦ ମହାନ୍ତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ବିଦାୟୀ ସଂପାଦକ ଆଲୋକ କୁମାର ଦାସଙ୍କ ଅନୁପସ୍ଥିତରେ ପୂର୍ବତନ ସଭାପତି ରାଜେଶ ଠକର ବିବରଣୀ ପାଠ କରିଥିଲେ । କ୍ଲବର ସଭାପତି କପିଳେଶ୍ୱର ମହାନ୍ତି ଏହି କାର୍ଯ୍ୟକୟମରେ ପୌରହିତ୍ୱ କରିଥିଲେ । ମୁଖ୍ୟବକ୍ତାଭାବେ ବିଦାୟୀ ଜିଲା ଗଭର୍ଣ୍ଣର ଡଃ ଭାବପ୍ରକାଶ ପତ୍ରୀ, ସମ୍ମାନୀତ ଅତିଥିରୂପେ ପୂର୍ବତନ ଜିଲା ଗଭର୍ଣ୍ଣର ପ୍ରଭାତ ପାଲିତ, ବାଲେଶ୍ୱର ଉପଜିଲ୍ଲାପାଳ ନିଲୁ ମହାପାତ୍ର, ଓ ନିର୍ବାଚିତ ଜିଲା ଗଭର୍ଣ୍ଣର ପ୍ରକାଶ ଜେନା ପ୍ରମୁଖ ଯୋଗ ଦେଇ ଲାୟନ୍ସ କ୍ଲବର ବିଭିନ୍ନ କଲ୍ୟାଣ ମୂଳକ ଯୋଜନା ସଂପର୍କରେ ସରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ କ୍ଲବ ପକ୍ଷରୁ ସମସ୍ତ ଅତିଥିମାନଙ୍କୁ ଉତ୍ତରିୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଭିନ୍ନକ୍ଷମ ପ୍ରକଳ୍ପ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇର୍ ପୂର୍ବତନ ସଭାପତି ସମରେଶ ଦିନ୍ଦାଙ୍କୁ ଆର୍ନ୍ତଜାତୀୟ ସମ୍ମାନ ଓ ପୂର୍ବତନ ସଭାପତି ବିଷ୍ଣୁପଦ ମହାନ୍ତିଙ୍କ ଜିଲା ସମ୍ମାନଳ ସ୍ୱରୂପ ପ୍ରମାଣ ପତ୍ର, ଗଭର୍ଣ୍ଣର ଲାୟନ୍ସ ପଟ୍ଟନାୟକ ପ୍ରଦାନ କରିଥିଲେ । କାର୍ଯ୍ରକ୍ରମପରେ ପୂର୍ବତନ ଜିଲା ଗଭର୍ଣ୍ଣର ପ୍ରଭାତ ମହାନ୍ତି ଅଧିଷ୍ଠାନ ଅଧିକାରୀ ରୂପେ ୨୦୧୯-୨୦ ବର୍ଷ ପାଇଁ ସଭାପତି ରୂପେ କପିଳେଶ୍ୱର ମହାନ୍ତି, ସଂପାଦକ ରୂପେ ଡ. ପ୍ରଭାସ ଚନ୍ଦ୍ର ଗିରି, କୋଷାଧ୍ୟକ୍ଷଭାବେ ତାରାପଦ କରଙ୍କ ସମେତ ପ୍ରଥମ ଉପସଭାପତି ରୂପେ ବିନୋଦ କୁମାର ସାହୁ, ଦ୍ୱିତୀୟ ଉପସଭାପତିରୂପେ ଜୀତାରାମ ଦେ, ତୃତୀୟ ଉପସଭାପତି ରୂପେ ଶେଖ ସଇଫୁଦ୍ଦିନ, ଯୁଗ୍ମ ସଂପାଦକ ରୂପେ ପ୍ରଶାନ୍ତ ପ୍ରଧାନ, ଓ ଅନ୍ୟକର୍ମକର୍ତ୍ତାଙ୍କ ଶବଥପାଠ କରାଇଥିଲେ । ଶେଷରେ ନୂତନ ସଂପାଦକ ଡ. ପ୍ରଭାସ ଚନ୍ଦ୍ର ଗିରି ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା