ଜଳେଶ୍ୱର ସାହିତ୍ୟ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ବୋଇତ ବନ୍ଧାଣ ଉତ୍ସବ ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ସୁବର୍ଣ୍ଣରେଖା ବୋଇତ ବନ୍ଧାଣ ଉତ୍ସବ ରାଜପୁର–ଶିଖରପୁର ନୈାକା ଘାଟରେ ଜଳେଶ୍ୱର ସାହିତ୍ୟ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଗତକାଲି ଉଦଘାଟିତ ହୋଇଯାଇଛି । ଏକ ସୁସଜ୍ଜିତ ନୈାକାରେ ୭ଜଣ ସାଧବ ପୁଅ ଓ ବହୁଙ୍କୁ ଓଡିଶାର ପୂର୍ବ ଗୈାରଗର ସ୍ମୃତିକୁ ସ୍ମରଣ କରିଆ.କା.ମା.ଭୈର ମନ୍ତ୍ର ଉଚ୍ଚାରଣ ପୂର୍ବକ ବନ୍ଦାପନା କରି ବାଣିଜ୍ୟ କରିବା ପାଇଁ ବିଦାୟ ଦେଇଥିଲେ ଗ୍ରାମବାସୀ ମହିଳାମାନେ । ସାହିତ୍ୟ ସଂସ୍କୃତି ପରିଷଦ ଦ୍ୱାରା ଆୟୋଜିତ ଏହି ବୋଇତ ବନ୍ଦାଣ ଉତ୍ସବକୁ ହଜାର ହଜାର ଶ୍ରଦ୍ଧାଳୁ ଦେଖିବା ପାଇଁ ସକାଳୁ ସମବେତ ହୋଇଥିଲେ । ବୋଇତ ବନ୍ଧାଣ ପରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ପରିଷଦର ସଭାପତି ଚିନ୍ମୟ କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥିଭାବେ ପୂର୍ବତନ ରାଜ୍ୟମନ୍ତ୍ରୀ ତଥା ବସ୍ତା ବିଧାୟକ ରଘୁନାଥ ମହାନ୍ତି ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପରିଷଦର ଉପଦେଷ୍ଟା ତଥା ଦୀନକୃଷ୍ଣ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ ଶ୍ରୀକାନ୍ତ ଚରଣ ପାତ୍ର, ସମ୍ମାନୀତ ଅତିଥି ଭାବେ ଜଳେଶ୍ୱର ମ୍ୟୁନିସିପାଲିଟୀର କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଧାରୀ ବାରିକ, ପରିଷଦର ସଂପାଦକ ବନମାଳୀ ଧଳ, ଶିଖରପୁର ସରପଞ୍ଚ ହରେକୃଷ୍ଣ ଗିରି, ସମାଜ ସେବୀ ଅରୁଣ ବେଜ, ନାୟବ ସରପଞ୍ଚ ସୁଶୀଳା ବେହେରା, ଦେବେନ୍ଦ୍ର ନାୟକ, ପୂର୍ବତନ ଶିକ୍ଷକ ରମେଶ ନାୟକ ପ୍ରମୁଖ ଯୋଗ ଦେଇ ବଇତ ବନ୍ଦାଣଉତ୍ସବର ଇତିବୃତାନ୍ତ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଦିନ ଥିଲା ଓଡିଶାର ଯୁବକ ମାନେ ସୁଦୂର ଜାଭା, ସୁମାତ୍ରା ଦେଶକୁ ଯାଇ ଓଡିଶାକୁ ସମୃଦ୍ଧ କରିବା ପାଇଁ ଧନରତ୍ନ ବହି ଆଣୁଥିବା ବେଳେ ଆଜିର ଯୁବକମାନେ ବିଦେଶକୁ ଦାଦନ ଖଟିବାକୁ ଯାଉଛନ୍ତି ଏବଂ ଦେଶକୁ ବହି ଆଣୁଛନ୍ତି ବିଭିନ୍ନ ପ୍ରକାର ମାରାତ୍ମକ ସଂକ୍ରାମକ ରୋଗ ବୋଲି ଆଜିର ବକ୍ତାମାନେ ନିଜର ବକ୍ତବ୍ୟରେ କହିଥିଲେ । ସଭାର ଆରମ୍ଭରେ ମନୋରଞ୍ଜନ ଦାସ ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥରବା ବେଳେ ପରିଷଦର ସଦସ୍ୟ କମଳ ଚକ୍ରବର୍ତ୍ତୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସଭା ଶେଷରେ ସୁବଳ ଚନ୍ଦ୍ର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ବୋଇତ ବନ୍ଦାଣ ଉତ୍ସବ କମିଟିର ସଭାପତି ଦୂର୍ଗା ଶଙ୍କର ଭୂୟାଁ, ସଂପାଦକ ତପନ କୁମାର ବିଶ୍ୱାଳ, ସଦସ୍ୟ ପଦ୍ମଲୋଚନ ବେରା, ଅନୀଲ ମହାନ୍ତି, ସୁନୀଲ ମହାନ୍ତି, ପ୍ରାଣକୃଷ୍ଣ ମହାନ୍ତି, ଦେବାଶିଷ ଗୋଚ୍ଛାୟତ, ଦୀବାକର ଦାସ, ରାଜୀବ ଦାସ, ଦେବବ୍ରତ ଭୂୟାଁପ୍ରମୁଖ ଉତ୍ସବକୁ ପରିଚାଳନା କରିଥିଲେ । ଏହି ଉତ୍ସବ୪ଦିନ ଧରି ଚାଲିବାକୁ ଥିବା ବେଳେ ଓଡିଶାର ବହୁନେତା, ଅଭିନେତା, ଅଭିନେତ୍ରୀ, କଳାକାର ଓ ବିଶିଷ୍ଠ ବ୍ୟକ୍ତିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ରିପୋଟ : ଭୂପତି କୁମାର ପରିଡା