ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନୂଆବଜାର ଠାରେ ଦୀର୍ଘ ୧୦ଦିନ ଧରି ଅନୁଷ୍ଠିତ ହୋଇ ଆସୁଥିବା ସୀମାନ୍ତ ମହୋତ୍ସବ ଗତ ସୋମବାର ଦିନ ଉଦଯାପିତ ହୋଇଯାଇଛି । କମିଟିର କାର୍ଯ୍ୟକାରୀ ସଭାପତି କମଳ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ମୁଖ୍ୟ ବକ୍ତା ଭାବେ ଅଧ୍ୟପକ ଡଃ ରାଧାଗୋବିନ୍ଦ କୁଇଲା, ସମ୍ମାନିତ ଅତିଥି ଭାବେ କୃଷି ବୈଜ୍ଞାନିକ ସୋମନାଥ ରଣା, କମିଟିର ସଭାପତି ବରିଷ୍ଠ ଆଇନଜୀବି ଚିନ୍ମୟ ଦାସ, କାର୍ଯ୍ୟକ୍ରମ ପରିଚାଳକ ମନୋରଂଜନ ଦାସ ପ୍ରମୁଖ ଯୋଗଦେଇ ଜଳେଶ୍ୱରର ବିକାଶ ପାଇଁ ମହୋତ୍ସବ ଏକ ମାଧ୍ୟମ ହୋଇଥିବା ବେଳେ ଗ୍ରାମାଂଚଳରେ ବଣମଲ୍ଲୀ ହୋଇ ଝଡି ପଡୁଥିବା ବହୁ ପ୍ରତିଭାକୁ ସୀମାନ୍ତ ମହୋତ୍ସବ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ ଜାରି ରଖିଛି ବୋଲି ମତ ପ୍ରକାଶ କରିଥିଲେ । ସାଧାରଣ ସଂପାଦକ ସରୋଜ କୁମାର ପାଣିଗ୍ରାହୀ ଧନ୍ୟବାଦଦେଇଥିବା ବେଳେ ଶିକ୍ଷକ ସୁଶାନ୍ତ ଦାସ ଅତିଥି ମାନଙ୍କୁ ମଂଚଆମନ୍ତ୍ରଣ ଓ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିମାନଙ୍କୁ ସମର୍ଦ୍ଧିତ କରାଯାଇଥିଲା । ଜଳେଶ୍ୱରର କାର୍ଯ୍ୟରତ ସାମ୍ବାଦିକ ରବିନ୍ଦ୍ର ନାଥ ସେନାପତି, ସୁଶାନ୍ତ କୁମାର ପ୍ରଧାନ, ସତ୍ୟବ୍ରତ ସୋମ, ଅଜିତ ଦାସ, ଶମ୍ଭୁନାଥ ଦାସ, ରଂଜନ ବେହେରା, ରାଧାଗୋବିନ୍ଦ ଦାସ, କବିତା ମାନଧାତା, ଭୂପତି ପରିଡାଙ୍କ ସମେତ ୧୩ଜଣ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମାନପତ୍ର ଓ ଉପଢୈାକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ରାତ୍ରୀରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଦିନ ୩ଟା ସମୟରେ ଦୀନକୃଷ୍ଣ ମଂଚରେ ବହୁ କବି ସ୍ୱରଚିତ କବିତା ପାଠ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା