ଜାଣନ୍ତୁ ପ୍ରତିଦିନ ମକା ଖାଇବା ଦ୍ୱାରା ଶରୀରକୁ କି କି ଫାଇଦା ମିଳିଥାଏ….

ମକାରେ ରହିଛି ଭିଟାମିନ୍‌, ମିନେରାଲ୍ସ ଏବଂ ଅନ୍ୟ ପୋଷକ ତତ୍ତ୍ୱ । ଏହା ଓଜନ କମାଇବା ସହ ଶରୀରର ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ । ୧୦୦ଗ୍ରାମ୍‌ ମକାରେ ୮୬କ୍ୟାଲୋରି, ୧% ଫ୍ୟାଟ୍‌, ୦% କୋଲେଷ୍ଟ୍ରଲ, ୧୫ମିଲିଗ୍ରାମ ସୋଡିୟମ୍‌, ୭% ପୋଟାସିୟମ୍‌, ୬%କାର୍ବୋହାଇଡ୍ରେଟ୍‌, ୩.୨ ଶର୍କରା, ୬%ପ୍ରୋଟିନ୍‌ ଇତ୍ୟାଦି ରହିଥାଏ । ଜାଣନ୍ତୁ ପ୍ରତିଦିନ ମକା ଖାଇବା ଦ୍ୱାରା ଶରୀରକୁ କି କି ଫାଇଦା ମିଳେ….
୧. ମକାରେ ଭରପୂର ମାତ୍ରରେ ଡାଏଟ୍ରି ଫାଇବର ରହିଥାଏ । ଯାହା ପାଚନକ୍ରିୟାକୁ ସୁସ୍ଥ ରଖିବା ସହ ପେଟଜନିତ ସମସ୍ୟାକୁ ଦୂର କରିଥାଏ । ସଂନ୍ଧ୍ୟା ସମୟରେ ମକାକୁ ଶିଝାଇ ଆପଣ ଏହାକୁ ଖାଇ ପାରିବେ ।
୨.ମକାରେ ଭିଟାମିନ୍‌ ବି ୧୨, ଆଇରନ୍‌ ଏବଂ ଫଲିକ୍‌ ଏସିଡ୍‌ ରହିଥାଏ । ଯାହା ଲାଲ୍‌ ରକ୍ତ କୋଷିକାକୁ ଉତ୍ପନ୍ନ କରିବାରେ ସାହାଯ୍ୟ କରିଥାଏ। ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦୂର ହୋଇଥାଏ । ଯଦି ଆପଣ ଆନେମିଆ ରୋଗରେ ପୀଡ଼ିତ, ତେବେ ଆଜିଠାରୁ ମକା ଖାଇବା ଆରମ୍ଭ କରନ୍ତୁ ।
୩.ମକା ଖାଇବା ଦ୍ୱାରା ଶରୀରକୁ ସାରା ଦିନ କାମ କରିବାର ଶକ୍ତି ମିଳିଥାଏ । ଏଥିରେ କମ୍ପ୍ଲେକ୍ସ କାର୍ବସ୍‌ ରହିଥାଏ । ଯାହା ଶରୀରକୁ ଅଧିକ ଶକ୍ତି ଯୋଗାଇଥାଏ ।
୪. ଓଜନ କମାଇବା ବା ବଢ଼ାଇବା ପାଇଁ ମକା ଖାଇବା ଆରମ୍ଭ କରନ୍ତୁ । ଓଜନ କମାଇବା ପାଇଁ ଚାହୁଁଥିଲେ କେବଳ ସକାଳ ସମୟରେ ହିଁ ମକା ଖାଇବା ସହ ବଢ଼ାଇବା ପାଇଁ ଚାହୁଁଥିଲେ ଦିନକୁ ତିନି ଥର ମକା ଖାଇବା ଆରମ୍ଭ କରନ୍ତୁ ।