ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ପ୍ରତିନିଧିଦଳଙ୍କ ସୁବର୍ଣ୍ଣରେଖା ନଦୀ କୂଳ ଅଂଚଳ ପରିଦର୍ଶନ…

ଜଳେଶ୍ୱର(ସମୃଦ୍ଧ ଓଡିଶା )ସୁବର୍ଣ୍ଣରେଖା ନଦୀରୁ ପଶ୍ଚିମବଙ୍ଗର ବାଲିମାଫିଆ ମାନେ ବେଆଇନ ଭାବେ ଓଡିଶା ଅଂଚଳରୁ ସ୍ୱମ୍ପପମ୍ପ ବସାଇ ବାଲି ଉତୋଳନ କରିବା ବିରୁଦ୍ଧରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ ଓଡିଶା ତରଫରୁ ହୋଇଥିବା ମାମଲାର ଶୁଣାଣି କରି ଏହା ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପଶ୍ଚିମବଙ୍ଗ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ସଂପର୍କରେ ସରଜମିନ ତଦନ୍ତ କରିବା ପାଇଁ ଗୁରୁବାର ଦିନ ଏନଜିଟି ପକ୍ଷରୁ କଲକାତା ସ୍ଥିତ ସି.ପି.ସି.ବି (ପୂର୍ବାଂଚଳ)ର ଆଂଚଳିକ ନିର୍ଦ୍ଦେଶକ ଡଃ ଆର୍.ସି. ସାକ୍ସେନା, ପଶ୍ଚିମବଙ୍ଗ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ବୈଜ୍ଞାନିକ ଡଃ ପି.କେ. ବୋରାଇ, ଦିଲ୍ଲୀ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବୈଜ୍ଞାନିକ ଡଃ ରୀତା ସାହା, ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଭୁବନେଶ୍ୱରର ମୁଖ୍ୟ ପରିବେଶ ଇଂଜିନିୟର ଡଃ ଏନ୍.ଆର୍ ସାହୁ, ବାଲେଶ୍ୱର ଉପ ଜିଲ୍ଲାପାଳ ନିଲୁ ମହାପାତ୍ର, ଜଳେଶ୍ୱର ତହସିଲଦାର ଅଭିମନ୍ୟୁ ପଣ୍ଡା, ଏସ୍ଡିପିଓ ରାମଚନ୍ଦ୍ର ଗୈାଡୁ ଓ ଆଇ.ଆଇ.ସି ପ୍ରଦୀପ ମାଝୀ ପ୍ରମୁଖ ପରିଦର୍ଶନରେ ଆସି ଜଳେଶ୍ୱର ବ୍ଲକର ମାକିଡିଆ, ଓଲମରା, ଦକ୍ଷିଣ ପ୍ରହରାଜପୁର ପ୍ରଭୃତି ନଦୀ କୂଳ ଅଂଚଳ ବୁଲି ଦେଖିଥିଲେ । ଏହି ପ୍ରତିନିଧି ଦଳ ଏ ସଂପର୍କରେ ଏନ୍.ଜି.ଟିକୁ ଏକ ରିପୋର୍ଟ ପ୍ରଦାନ କରିବେ ବୋଲି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା