




ଛତ୍ରପୁର(ସମୃଦ୍ଧ ଓଡିଶା)ଗୋପାଳପୁର ଓ ବ୍ରହ୍ମପୁରଠାରେ ଚାଲିଥିବା ଜାତୀୟ ପର୍ଯ୍ୟଟନ ଉତ୍ସବର ୨ୟ ଦିବସରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପର୍ଯ୍ୟଟନ ଓ ଭ୍ରମଣ ପାଠ୍ୟକ୍ରମ ବିଭାଗ ତରଫରୁ ଜାତୀୟ ପର୍ଯ୍ୟଟନ ପାଠଚକ୍ର ବ୍ରହ୍ମପୁର ସଂସ୍କୃତି ଭବନଠାରେ ଆୟୋଜିତ ହୋଇ ସାରିଛି l ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ପାଠଚକ୍ରରେ ଆନ୍ଧ୍ରା ପ୍ରଦେଶର କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ର ପ୍ରଫେସର ଜିତେନ୍ଦ୍ର ମୋହନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତର ଅଭ୍ୟନ୍ତରଣୀୟ ପର୍ଯ୍ୟଟନ ସ୍ଥଳ ଉପରେ ଆଲୋଚନା କରିଥିଲେ l ଭୁବନେଶ୍ୱରସ୍ଥିତ lIRCTC ର ସାଧାରଣ ପରିଚାଳକ ଡ କ୍ରାନ୍ତି ପି. ସବରକର, IITTM ର ପ୍ରଫେସର ଡ ଆଦ୍ୟସା ଦାସ, ଭାରତର ବୌଦ୍ଧଧର୍ମ ଗବେଷକ ତଥା ପ୍ରତିଷ୍ଠାତା ସାଧାରଣ ସମ୍ପାଦକ ଡ କୌଲେସ କୁମାର ଓ ଗଞ୍ଜାମ ଜ଼ିଲ୍ଲା ପର୍ଯ୍ୟଟନ ଅଧିକାରୀ ତଥା ମହାନଗର ନିଗମର ଡେପୁଟି କମିଶନର ବିନୋଦ କୁମାର ବେହେରା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଭାରତ ତଥା ଓଡିଶାର ପର୍ଯ୍ୟଟନର ବିକାଶ ଦିଗରେ ସରକାରଙ୍କ ପଦକ୍ଷେପ ଓ ସବୁଜ ପର୍ଯ୍ୟଟନ ଉପରେ ଆଲୋଚନା କରିଥିଲେ l ବିଭାଗୀୟ ମୁଖ୍ୟ ରିତୁ ତିୱାରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପର୍ଯ୍ୟଟନ ଉତ୍ସବର ସମ୍ପାଦକ ନାରାୟଣ ମହାଙ୍କୁଡ ଓ କୃଷ୍ଣ ଚନ୍ଦ ନିଃସଙ୍କ ପ୍ରମୁଖ ମଂଚାସୀନ ଥିଲେ l ବିଭାଗର ଛାତ୍ର ଛାତ୍ରୀ ଙ୍କ ସମେତ ବ୍ରହ୍ମପୁରର ସମସ୍ତ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l
ରିପୋର୍ଟ : ନିମାଇଁ ଚରଣ ପଣ୍ଡା