ଜାତୀୟ ରାଜପଥରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଉଥିବା ଡ୍ରାଇଭର ଓ ହେଲପରଙ୍କୁ ବିଜେଡିର ଖାଦ୍ୟ ବଣ୍ଟନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗତ ମାର୍ଚ୍ଚ ୨୨ତାରିଖ ଠାରୁ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଜାରି କରାଯାଇଥିବା ବେଳେ ସାରା ଦେଶରେ ସବୁ କିଛି କାର୍ଯ୍ୟ ବନ୍ଦ ହୋଇଯାଇଛି । ସମସ୍ତ ଲୋକମାନେ ନିଜ ନିଜ ଘରେ ରହିଛନ୍ତି । ଏହି ଭଳି ପରିସ୍ଥିତିରେ କେବଳ ଜରୁରୀକାଳୀନ ସେବା ହିଁ ଏକମାତ୍ର ଜାରି ରହିଛି । ବିଭିନ୍ନ ଅଞ୍ଚଳରୁ ଜାତୀୟ ରାଜପଥରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚାଉଥିବା ଲୋକମାନଙ୍କୁ ଢେଙ୍କାନାଳ ବିଜୁ ଛାତ୍ର ଜନତା ଦଳ ତରଫରୁ ଗାଡିର ଡ୍ରାଇଭର ଓ ହେଲପରମାନଙ୍କୁ ଏବଂ ଅସହାୟ ଅବସ୍ଥାରେ ଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଥିବା ସୂଚନା ମିଳିଛି ।

ରିପୋର୍ଟ : ସଞ୍ଜୟ କୁମାର ପଣ୍ଡା

One thought on “ଜାତୀୟ ରାଜପଥରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଉଥିବା ଡ୍ରାଇଭର ଓ ହେଲପରଙ୍କୁ ବିଜେଡିର ଖାଦ୍ୟ ବଣ୍ଟନ…

Comments are closed.