ଜଳେଶ୍ୱର (ସମୃଦ୍ଧ ଓଡିଶା) ୬୦ନଂ ଜାତୀୟ ରାଜପଥର ଚାଲନ୍ତି ବାଇପାସ୍ଠାରେ ଆଜି ସକାଳ ପ୍ରାୟ ୬ ଘଟିକା ସମୟରେ ପଶ୍ଚିମବଂଗକୁ ବେଆଇନ୍ ଓ ଅମାନୁସିକ ଭାବେ ଚାଲଣ ହେଉଥିବା ୩ଟି ଗୋରୁ ବୋଝେଇ କଣ୍ଟେନରକୁ
ବ୍ରଜରଙ୍ଗ ଦଳର କର୍ମୀମାନଙ୍କ ଦ୍ୱାରା ଅଟକ ରଖାଯାଇଥିଲା । ଏହି କଣ୍ଟେନର୍ରୁ ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ବ୍ରଜରଙ୍ଗ ଦଳର କର୍ମୀମାନେ ଜଳେଶ୍ୱର ବିଜୁ ଯୁବବାହିନୀର ସଭ୍ୟମାନଙ୍କ ସହଯୋଗରେ ଉଦ୍ଧାର କରିଛନ୍ତି । ପ୍ରତ୍ୟେକ ଦିନ ଏପରି ବହୁ ଟ୍ରକ, କଣ୍ଟେନର ଓ ପିକ୍ଆପ୍ ଭେନ୍ରେ ଓଡିଶାରୁ ପଶ୍ଚିମବଙ୍ଗକୁ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ବେଳେ ପ୍ରଶାସନ ସେସବୁ ଗାଡିକୁ ଜବତ୍ କିମ୍ବା ଅଟକ ରଖି କାର୍ଯ୍ୟାନୁଷ୍ଠାନ ହେଉନଥିବା ଫଳରେ ଦିନକୁ ଦିନ ଏପରି କାର୍ଯ୍ୟ ଅବାଧରେ ଚାଲୁଥିବା ଜଣାଯାଇଛି । ଭଦ୍ରକରୁ ବଜରଙ୍ଗ ଦଳର କର୍ମୀମାନେ ସଂପୃକ୍ତ ୩ଟି ଗୋରୁ ବୋଝେଇ କଣ୍ଟେନରକୁ ପିଛାକରି ଜଳେଶ୍ୱର ନିକଟସ୍ଥ ଚାଲନ୍ତି ବାଇପାସ୍ ନିକଟରେ ଅଟକାଇବାକୁ ସଫଳ ହୋଇଥିଲେ । ଏହିି ଘଟଣା ପରେ ନିକଟସ୍ଥ ଗ୍ରାମବାସୀମାନେ ସଂପୃକ୍ତ ସ୍ଥାନରେ ପହଞ୍ଚି ୨ଟି କଣ୍ଟେନର୍ରୁ ୧୦୦ରୁ ଉର୍ଦ୍ଧ୍ୱ ଗୋରୁକୁ ନେଇଯିବା ପାଇଁ ସକ୍ଷମ ହୋଇଥିଲେ । ଘଟଣା ସ୍ଥଳରେ ହୋହାଲ୍ଲା ହେବା ପରେ ଖବରପାଇ ଜଳେଶ୍ୱର ଆଇଆଇସି ପ୍ରଦୀପ କୁମାର ମାଝୀ ନିର୍ଦ୍ଦେଶ କ୍ରମେ ସବ୍ଇନିସ୍ପେକ୍ଟର ଦିଲ୍ଲୀପ କୁମାର ସାମଲ ସଦଳବଳେ ସେଠାରେ ପହଞ୍ଚି ୩ଟି କଣ୍ଟେନର୍କୁ ଜବତ କରିବା ସହିତ କେତେକ ଗୋରୁକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ପରେ ସେ ସମସ୍ତ ଗୋରୁ ବୋଝେଇ କଣ୍ଟେନର ଗୁଡିକୁ ବାଲେଶ୍ୱରର ବାମପଦାକୁ ନିଆଯାଇ ମା ଭାରତୀ ଗୋଶାଳାରେ ଗୋରୁମାନଙ୍କୁ ରକ୍ଷଣା ବେକ୍ଷଣ ପାଇଁ ଛଡାଯାଇଛି । ଉଦ୍ଧାର ପାଇଥିବା ଗୋରୁ ମାନଙ୍କ ସଂଖ୍ୟା ଠିକ୍ ଭାବେ ଜଣାଯାଇନଥିଲେ ମଧ୍ୟ ତାହା ୨୦୦ରୁ ଅଧିକ ହେବ ଅନୁମାନ କରାଯାଉଛି । ଏ ସଂପର୍କରେ ଜଳେଶ୍ୱର ପୋଲିସ୍ ୪୯/୧୯ମୂଳେ ଏକ କେସ୍ ୧୧ଜଣ ଅଜ୍ଞାତ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ରୁଜୁ କରି ତଦନ୍ତ ଜାରି ରଖିଛି । ଅପରପକ୍ଷରେ ଜବତ୍ ହୋଇଥିବା ୩ଟି କଣ୍ଟେନର ଡ୍ରାଇଭରମାନେ ଘଟଣାସ୍ଥଳରୁ ଫେରାରଥିବା ଜଣାଯାଇଛି । ଜବତ୍ ହୋଇଥିବା କଣ୍ଟେନର ଗୁଡିକର ନମ୍ବର ଓଆର୍୦୫ଏକ୍ସ-୩୧୩୪ ଓ ଓଆର୍୦୯ଏଫ-୯୦୬୬, ଓଆର୍୦୪ଏଚ୍ ୭୫୪୯, ଫେରାର ହୋଇଥିବା ଡ୍ରାଇଭର ମାନଙ୍କ ମଧ୍ୟରେ ସେକ୍ ଅଜଗର୍ ଅଲ୍ଲୀ (ସାଲେପୁର), ସେକ୍ କମୁରୁଦ୍ଦିନ (ଧାମନଗର) ବୋଲି ଜଣାପଡିଛି ।
ରିପୋର୍ଟ : ଭୂପତି କୁମାର ପରିଡା