ଜଳେଶ୍ୱର (ସମୃଦ୍ଧ ଓଡିଶା) ଜାତୀୟ ରାଜପଥ ୬୦ର ନନ୍ଦିକା ବାଇପାସ୍ ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ପ୍ରାୟ ସକାଳ ୯.୩୦ମି. ସମୟରେ ଆନ୍ଧ୍ରରୁ ଆସି କଲିକତା ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଲରି ରାସ୍ତାରେ ଛିଡା ହୋଇଥିବା ଅନ୍ୟଏକ ଡମ୍ପର ପଛପଟେ ପିଟିହେବା ଦ୍ୱାରା ଲରିର ଡ୍ରାଇଭର ଘଟଣାସ୍ଥଳରେ ମୃତ୍ୟୁବରଣ କରିଛି । ଘଟଣାସ୍ଥଳରୁ ଡମ୍ପର ଚମ୍ପଟ ମାରିଥିବା ବେଳେ ଲରିର ହେଲପର ମଧ୍ୟ ଫେରାର ହୋଇ ଯାଇଛି । ଖବର ପାଇ ଜଳେଶ୍ୱର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ୍ କରିବା ସହ ବ୍ୟବଚ୍ଛେଦ କରାଇଥିଲେ । ଏ ସଂପର୍କରେ ଟ୍ରକର୍ ଡ୍ରାଇଭରର କୌଣସି ପରିଚୟ ମିଳିନଥିବା ବେଳେ ତାହା ଆନ୍ଧ୍ର ପ୍ରଦେଶର ବୋଲି ଅନୁମାନ କରାଯାଉଛି । ସୂଚନାଯୋଗ୍ୟ ୬୦ନଂ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ରାସ୍ତାକଡରେ ଭାରୀଯାନ ଗୁଡିକ ବହୁ ସମୟଧରି ଛିଡା ହେଉଥିବାରୁ ଏପରି ଦୁର୍ଘଟଣା ମାନ ଘଟୁଥିବା ଅନୁମାନ କରାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା