

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ସୁରକ୍ଷା ୟୁନିଟ ଗଜପତି ତରଫରୁ ଜାତୀୟ ଶିଶୁ ସୁରକ୍ଷା ଦିବସ ପାଳନ କରାଯାଇଛି । ଆଜିକାର ଏହି ଶିଶୁ କନ୍ୟା ଦିବସରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକ ଅନ୍ୟତମ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଓ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ଆଜିକାର ଦିବସକୁ ପାଳନ କରିବା ସହ ପୂର୍ବରୁ ଆୟୋଜିତ କରାଯାଇଥିବା ପ୍ରବନ୍ଦ, ଗୀତ, ବକ୍ତୃତା ପ୍ରତିଯୋଗିତାରେ କୃତି ହୋଇଥିବା ତିନି ଜଣ ଶିଶୁ କନ୍ୟା ଯିଏକି ପ୍ରଥମ ସ୍ଥାନ ଅଧିକାର କରିଥିଲେ ସେମାନଙ୍କୁ ଶିଶୁ ସୁରକ୍ଷା ୟୁନିଟ ତରଫରୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯିବା ସହ ଅନ୍ୟ ସମସ୍ତ ଅଂଶଗ୍ରହଣ କାରିଙ୍କୁ ନେଇ କେକ କାଟିବା ସହ ସମସ୍ତଙ୍କୁ ଚକୋଲେଟ୍ ଓ କେକ ବଣ୍ଡନ କରାଯାଇଥିଲା । ଆଜି କାର ଦିବସ ପାଳନ ଅବସରରେ କନ୍ୟାଙ୍କ ଅଧିକାର ଓ ସମାଜରେ ଘଟୁଥିବା ଶିଶୁ କନ୍ୟାଙ୍କ ପ୍ରତି ନିର୍ଯ୍ୟାତନାରୁ କିପରି ନିଜକୁ ସୁରକ୍ଷିତ ରଖି ପାରିବେ ଏ ବିଷୟରେ ପାଞ୍ଜଳ ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା
