ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ଉତ୍ତର ବାଲେଶ୍ୱରରେ ସର୍ବପୁରାତନ ଜାତୀୟ ସମର ଶିକ୍ଷାର୍ଥି ବାହିନୀ କାର୍ଯ୍ୟ କରୁଥିବା ଦୀନକୃଷ୍ଣ ମହାବିଦ୍ୟାଳୟରେ ବିଭାଗୀୟ ଲେପ୍ଟଲ୍ୟାଣ୍ଟ କର୍ଣ୍ଣେଲ କେ ଶାନ୍ତା ସିଂ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଦୀନକୃଷ୍ଣ ମହାବିଦ୍ୟାଳୟର ୭୦ ଦଶକରୁ ଏହି ବିଦ୍ୟାଳୟ କାର୍ଯ୍ୟ କରୁଛି ଓ ସମଗ୍ର ରାଜ୍ୟରେ ସୁକ୍ଷାତି ରହିଥିବାରୁ ଭଦ୍ରକସ୍ଥିତ ୭ମ ବ୍ୟାଟାଲିୟନର କମାଣ୍ଡିଂ ଅଫିସର ଶ୍ରୀ ଶାନ୍ତା ସିଂ ସମୀକ୍ଷା ବୈଠକପରେ ପ୍ରତ୍ୟେକେ ବିଓସି ସିର୍ଟିଫିକେଟ୍ ପରୀକ୍ଷା ଦେଇ ପାସ୍ କରିପାରିଲେ ଭବିଷ୍ୟତରେ ବିଭିନ୍ନ ପଦପଦବୀରେ ଚାକିରୀ ପାଇବାରେ ସହାୟକ ହେବ । ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ହେବାଲାଗି ସମର ଶିକ୍ଷାର୍ଥି ବାହିନୀରେ ଯୋଗ ଦେବାଲାଗି ସେ ଆହ୍ୱାନ ଦେଇଥିଲେ । ସାମ୍ପ୍ରତିକ ସମାଜରେ ଦେଶର ସୁରକ୍ଷାଲାଗି ଛାତ୍ରଜୀବନରୁ ଦେଶ ଗଢିବାର ସ୍ୱପ୍ନ ପ୍ରତ୍ୟେକଙ୍କ ଠାରେ ଉଦ୍ରେକ ହେବା ଉଚିତ୍ ବୋଲି ସେ କହିଥିଲେ । ଏହିୀ ସଭାରେ ଭାରପ୍ରାପ୍ତ ଅଧ୍ୟକ୍ଷ ଅଜୟ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ କୟ କମେଣ୍ଡାର ଧନେଶ୍ୱର ସେଠୀ ସ୍ୱାଗତ ଅଭିଭାଷଣ ରଖିଥିଲେ । ସମର ଶିକ୍ଷାର୍ଥି ବାହିନୀ ପକ୍ଷରୁ ତାଙ୍କୁ ଉଚ୍ଛସୀତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।
ରିପୋର୍ଟ : ଭୂପତି ପରିଡା