ଜଳେଶ୍ୱର (ସମୃଦ୍ଧ ଓଡିଶା) ସମସ୍ତଙ୍କର ଦେଶ ଓ ସମାଜପ୍ରତି କର୍ତ୍ତବ୍ୟ ରହିଛି । ଉତ୍ତେଜିତ ହୋଇ କର୍ତ୍ତବ୍ୟକୁ ଭୁଲି ଜାତୀୟ ସମ୍ପତ୍ତି ନଷ୍ଟ କଲେ ସେ ନିଶ୍ଚୟ ଦଣ୍ଡ ଭୋଗିବ । ଆଗାମୀ ଦିନରେ ନିଜର କର୍ତ୍ତବ୍ୟ ଓ ପ୍ରତିବର୍ଦ୍ଧତା ଲାଗି ସମସ୍ତେ ସଚେତନ ହେବା ଉଚିତ ବୋଲି ଗତକାଲି ଜଳେଶ୍ୱର ବ୍ଲକ ସମ୍ମିଳନୀ କକ୍ଷରେ ବାଲେଶ୍ୱର ଜିଲାପାଳ ସୂଚନା ଦେଇଛନ୍ତି । ଗତ ଅଗଷ୍ଟ ୧୫ ତାରିଖରେ ଜିକେ ଭଟ୍ଟର ହସ୍ପିଟାଲରେ ଏକ ନାବାଳକର ମୃତ୍ୟୁକୁ ନେଇ ଘଟିଥିବା ଗଣ୍ଡଗୋଳ ଓ ସମସ୍ୟା ଦୁର୍ଭାଗ୍ୟ ଜନକ । ଜାତୀୟ ସମ୍ପତ୍ତି ନଷ୍ଟ କରିବା ଏକ ଅପରାଧ । ଉତ୍ତେଜନାର ବଶବର୍ତ୍ତି ହୋଇ କୌଣସି ଅପରାଧ ଘଟାଇବା ଉଚିତ ନୁହେଁ ବୋଲ ଗତକାଲି ଜଳେଶ୍ୱରରେ ବାଲେଶ୍ୱର ଉପଜିଲ୍ଲାପାଳ ନିଊ ମହରପରତ୍ରଙ୍କ ଦ୍ୱାରା ଆହୁତ ଶାନ୍ତି କମିଟି ବୈଠକରେ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି । ଉପଜିଲାପାଳ ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ଘଟଣା ଦିନ ଭଂଗାରୁଜା ଘଟଣାକୁ ନିନ୍ଦା କରିବା ସହ ସମାଜରେ ଡାକ୍ତରମାନେ ଭଗବାନ ଅବତାର । ଡାକ୍ତର କିମ୍ବା ଡାକ୍ତରଖାନା ପରିସରରେ ନିଜର କର୍ତ୍ତବ୍ୟ ପାଳନ କରୁନଥିବା ଡାକ୍ତର କିମ୍ବା ବ୍ୟକ୍ତି ବିଶେଷ ନିଶ୍ଚୟ ଦଣ୍ଡିତ ହେବେ । ଉତ୍ତର ବାଳେଶ୍ୱର ଓ ପଶ୍ଚିମବଂଗଳାର ବହୁ ରୋଗୀ ପ୍ରତିଦିନ ଏଠାରୁ ଚିକିତ୍ସିତ ହେବାରୁ ଏପରି କାର୍ଯ୍ୟରେ ସମସ୍ତଙ୍କର ସହାୟତ ଜରୁବି ବୋଲି କହିଥିଲେ । ସେ ଓ ବିଧାୟକ ଅଶ୍ୱିନୀ ପାତ୍ର ଉକ୍ତ ଡାକ୍ତରଖାନାରେ ଅଧିକ ଡାକ୍ତର ନିଯୁକ୍ତି କରିବା । ଆର୍କେଏସରୁ ଅତିଶ୍ରୀଘ ସୁଇପର, ବ୍ଲୋଡ ଷ୍ଟେସରେଜ ୟୁନିଟକୁ ସକ୍ରୟ କରିବା , ଆବଶ୍ୟକ କେତେକ ପଦବୀ ପୂରଣ କରିବା ପାଇଁ ସିଡିଏମ୍ଓଙ୍କୁ ନିର୍ଦ୍ଦେଶ କରିବା, ପ୍ରେକ୍ଷାଳୟ ଓ ଟେଏଲେଟ ନିର୍ମାଣ, ଡଷ୍ଟବିନ ସ୍ଥାପନ ପାଇଁ ପୌରପରିଷଦ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ କରିବା ସହ ସ୍ୱାସ୍ୟ୍ଥସେବାରେ ଅବହେଳା କୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଥିଲେ । ବିଧାୟକ ଶ୍ରୀ ପାତ୍ର ୧୯୭୮ ମସିହାରୁ ବହୁ ବ୍ୟକ୍ତିଙ୍କ ଦାନରେ ବିକାଶ କରି ଆସୁଥିବା ଭଟ୍ଟର ହସ୍ପିଟାଲ ତାଙ୍କ ଜୀବନର କୋଣାର୍କ ବୋଲି ବର୍ଣ୍ଣନା କରି ଅନ୍ୟ ୩ ଜଣ ଡାକ୍ତର ନିଯୁକ୍ତି ଲାଗି ସେ ପ୍ରମୁଖ ସଚିବ ପ୍ରମୋଦ ମେହେର୍ଦ୍ଦାଙ୍କ ସହ ଆଲୋଚନା କରି ନିଯୁକ୍ତି ପାଇବା ସଂପର୍କରେ କହିଥିଲେ । ଭଟ୍ଟର ହସ୍ପିଟାଲରେ ଘଟିଯାଇଥିବା ଘଟଣା ପୁଣିଥରେ ପୁନରାବୃତ୍ତି ନ ଘଟୁ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଡିଏମଓ କମଳ କାନ୍ତ ନାୟକ, ସମାଜସେବୀ ରାଧାଶ୍ୟାମ ସାହୁ, ଦିଲ୍ଲିପ ଗିରି, କମଳ ଚକ୍ରବର୍ତ୍ତତ୍ତୀ, ଅରୁଣ ବେଜ, ଶିତାଂଶୁ ସେନାପତି, ସତ୍ୟସୁନ୍ଦର ଦାସ, ଆର୍କେଏସ୍ର ରାଜ୍ୟ ଆବାହକ ସୁଦର୍ଶନ ଦାସ, ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ପଦ୍ମଲୋଚନ ବେହେରା, ଶ୍ରୀକୃଷ୍ଣ ଗୁପ୍ତା, ଅବଦୁଲ ରହିମ, ଜିକେଭଟ୍ଟର ଡାକ୍ତରଖାନାର ଭାରପ୍ରାପ୍ତ୍ ଅଧିକାରୀ ଦିଲ୍ଲିପ କୁମାର ପାତ୍ର, ବାର୍ ସଭାପତି କୁଞ୍ଜବିହାରୀ ଦାସ, ରାଜୀବ ପରିଡା, ଜୀବନବିନ୍ଦୁ ସଂଯୋଜକ ମଧୁସୂଦନ ସେନାପତି, ଆଇନ୍ଜିବୀ ରାମଚନ୍ଦ୍ର ଜେନା, ଭାନୁ ଦାସ ପ୍ରମୁଖ ହସ୍ପିଟାଲରେ ସମସ୍ତ ଡାକ୍ତର ପଦବୀ ପୂରଣ ଆର୍କେଏସ୍ ଓ ଜିଆର୍ଏସ୍ ସଦସ୍ୟଙ୍କୁ ସ୍ୱାସ୍ଥ୍ୟସେବାରେ ସଂଶ୍ଳିଷ୍ଟ, ଡାକ୍ତରମାନଙ୍କ କର୍ତ୍ତବ୍ୟବୋଧତା ପ୍ରତି ସଚେତନ ଇତ୍ୟାଦି ସଂପର୍କରେ କହିଥିଲେ । ମଞ୍ଚରେ ସବ୍ଡିଭିଜନାଲ ପୋଲିସ୍ ଅଫିସର ସୁଦର୍ଶନ ଦାସ, ପଂଚାୟତ ସମିତି ଅଧ୍ୟକ୍ଷା ସବିତା ଦଳେଇ ଉପସ୍ଥିତ ଥିଲେ । ଏହି ବୈଠକରେ ଜଳେଶ୍ୱରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସବୁ ରାଜନୈତିକ ଦଳର ନେତୃମଣ୍ଡଳୀ, ସଚେତନ ନାଗରିକ ମାନଙ୍କୁ ନିମନ୍ତ୍ରଣ କରାଯାଇଥିବାରୁ ସେମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା