ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମୁରଲୀ କଲ୍ୟାଣ ମଣ୍ଡପ ପରିସରରେ ଆଜି ପୂର୍ବାହ୍ନରେ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ପରସଂଖ୍ୟନ ଓ ଯୋଜନା ରୂପାୟନ ବିଭାଗ ଦ୍ୱାରା ପରିଚାଳିତ ଜିଲାସ୍ତରୀୟ ଆର୍ଥୀକ ଗଣନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜନସେବାକେନ୍ଦ୍ର ଜିଲା ପରିଚାଳକ ଅରୂପ ମହାପାତ୍ରଙ୍କ ପୌରହିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏସ୍ପିଏମ୍ ଅଜାୟ କୁମାରେ ସାମନ୍ତରାୟ, ଏଏସ୍ଓ ବନମାଳୀ ମହାପାତ୍ର ଓ ଅଜୟ କୁମାର ନାୟକ, ଏନ୍ଏସ୍ଏସ୍ଓ ସମୟ ଦାସ, ଜିଲା ସଂଯୋଜକ ଦେବପ୍ରସାଦ ମହାନ୍ତି ପ୍ରମୁଖ ଅତିଥିରୂପେ ଯୋଗ ଦେଇ ଜଳେଶ୍ୱର ଓ ଭୋଗରାଇ ବ୍ଲକର ୧୩୦ରୁ ଉଦ୍ଧ୍ୱର୍ ଜନସେବାକେନ୍ଦ୍ରର ପ୍ରତିନିଧି ମାନଙ୍କୁ ଜିଲାରେ ଆର୍ଥୀକ ଗଣନା ସର୍ଭେ ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ବିଶ୍ୱରୂପ ଦାସ ମଂଚ ପରିଚାଳନା କରିଥିବା ବେଳେ ଦିପ୍ତିରଂଜନ ସାହୁ ଶ୍ରମିକ ବୀମା ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ବିଭିନ୍ନ ପଂଚାୟତରେ ଜନସାଧାରଣଙ୍କ ଆର୍ଥୀକ ସ୍ଥିତି ସଂପର୍କରେ ଟିକିନିଖି ସର୍ଭେ କରାଯିବ ସଂପର୍କରେ ପ୍ରତିନିଧିମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡ଼ା