ଜିଲା କଂଗ୍ରେସ କମିଟିର ପୂର୍ବତନ ସମ୍ପାଦକଙ୍କ ଦଳରୁ ଇସ୍ତଫା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସଂପାଦକ ତଥା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଶିଖରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଦ୍ୟାଧର ମଲ୍ଲିକ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନିକଟକୁ ପଠାଇ ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ରରେ ଶ୍ରୀ ମଲ୍ଲିକ କଂଗ୍ରେସ ଏବେ ବିପଥଗାମୀ ହେବା ସହିତ ତାର ନୀତି ଆଦର୍ଶରୁ ବହୁ ନିମ୍ନକୁ ଖସିଯାଇଥିବା ଉଲ୍ଲେଖ କରିଛନ୍ତି । ଦଳ ବର୍ତ୍ତମାନ ପୁଞ୍ଜିପତି ଓ କଳାଟଙ୍କା ଧାରୀଙ୍କ କବଜାରେ ରହିଥିବାର ସେ ଅଭିଯୋଗ କରିଛନ୍ତି । ଯାହା ଦ୍ୱାରା ଦଳିତ, ଆଦିବାସୀ ଓ ପଛୁଅବର୍ଗ ସ୍ୱାର୍ଥକୁ ଜଳାଞ୍ଜଳି ଦିଆୟାଉଥିବା ସେ ତାଙ୍କ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି । ତେଣୁ ସେ ବାଧ୍ୟହୋଇ ଜଳେଶ୍ୱର ବର୍ଗ ଅନ୍ତର୍ଗତ ୮ନଂ ଜିଲାପରିଷଦ ଜୋନର ସଭାପତି ପଦରୁ ଇସ୍ତାଫା ଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା