ଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ:ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ ରାଜ୍ୟପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମଜିଲ୍ଲା ଛତ୍ରପୁରରେ ଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ଆସିକା ସାଂସଦ ଲଡୁ କିଶୋର ସ୍ୱାଇଁଙ୍କ ବିୟୋଗରେ ତାଙ୍କର ଅମର ଆତ୍ମ ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲା । ଏହାପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜିଲ୍ଲାରେ ଚାଲିଥିବା ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଆବାସ ଯୋଜନା ସହ ବିଭିନ୍ନ ବିଭାଗ ଯୋଜନାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ଏହାସହ ଗ୍ରାମ୍ୟ କୁଟୀର ଶିଳ୍ପ ପୁନଃଉଦ୍ଧାର କରିବା, ପିଲାମାନଙ୍କର ବାଲ୍ୟ ସୁଲଭ ଯେପରି ଅକ୍ଷୁର୍ଣ୍ଣ ରହିବ ସେଥିପ୍ରତି ଗୁରୁତ୍ୱ ଦେବା, ଜିଲ୍ଲାର ସମସ୍ତ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ସବୁ ଘରକୁ ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ଶେଷ କରିବା, ସମସ୍ତଙ୍କୁ ପକ୍କା ଗୃହ ଯୋଗାଇ ଦେବା, ଶିଶୁ ଓ ମା ମୃତ୍ୟୁହାର କମାଇବା ପାଇଁ ଯତ୍ନବାନ ହେବାକୁ କହିବା ସହିତ କେତେ ନବଜାତ ଶିଶୁର ମୃତ୍ୟୁ ହୋଇଛି ପଚାରି ବୁଝିଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତ ହିତାଧିକାରୀଙ୍କୁ ସାମିଲ କରିବା, ବାଳିକା ବିଦ୍ୟାଳୟରେ ଶୈଚାଳୟ ଓ ପାଇପ ଲାଇନ ବ୍ୟବସ୍ଥା କରିବା,୧ମରୁ ପଞ୍ଚମ ଶ୍ରଣୀ ପର୍ଯ୍ୟନ୍ତ ଜଣେ କିମ୍ବା ୨ଜଣ ଶିକ୍ଷାଦାନ କରୁଥିବା ଶିକ୍ଷକ କିପରୀ ଶିକ୍ଷାଦାନ କରୁଛନ୍ତି । ସେ ସଂପର୍କରେ ପଚାରି ବୁଝିଥିଲେ । ସରକାରୀ  ସ୍କୁଲରେ ପାସ୍ ହାର  ଓ ବେସରକାରୀ ସ୍କୁଲର ପାସ୍ ହାରର ତୁଳନା କରିଥିଲେ । ସରକାରୀ / ବେସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀରୁ ନାମ ଲେଖାଇଥିବା ଛାତ୍ରଛାତ୍ରୀ ମଧ୍ୟରୁ ମେଟ୍ରିକ୍ ପର୍ଯ୍ୟନ୍ତ କେତଜଣ ପଢୁଛନ୍ତି  କିମ୍ବା ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ସଂପର୍କରେ ତଥ୍ୟ ମାଗିଥିଲେ । ମମତା ଯୋଜନାରେ ହିତାଧିକାରୀଙ୍କୁ ସଠିକ୍ ସମୟରେ ସହାୟତା ଅର୍ଥ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ ଯେ କର୍ମଚାରୀମାନେ ନିଜ ନିଜ ବିବେକ ମୁତାବକ ସେବା କରିବା ସହ କାର୍ଯ୍ୟ କରିବା ସମୟରେ କୈାଣସି ସମସ୍ୟା ଉପୁଜିଲେ ଜିଲ୍ଲାପାଳଙ୍କୁ କିମ୍ବା ରାଜ୍ୟପାଳଙ୍କୁ ଜଣାଇବାକୁ କହିଥିଲେ । ଏହି ସମୀକ୍ଷା ବୈଠକରେ ରାଜ୍ୟପାଳଙ୍କ ପ୍ରମୂଖ ଶାସନ ସଚ୍ଚିବ ମଧୁସୂଦନ ପାଢି, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ, ବ୍ରହ୍ମପୁର ଏସପି ପିନାକ ମିଶ୍ର, ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା