ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଆଙ୍କର-ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୦୧୮ ମସିହାରେ ଆରମ୍ଭ ହୋଇଥିବା ଜିଆରଏସ ନିୟୁକ୍ତି ପକ୍ରୀୟାରେ ଅନୀୟମିତତା ଅଭିଯୋଗ କରି କିଛି ଆବେଦନକାରୀ ଆରମ୍ଭ କରିଥିବା ଧାରଣା ଆଜି ଚତୁର୍ଥ ଦିନରେ ପହଞ୍ଚିଛିି । ସେମାନଙ୍କ ମୂଖ୍ୟ ଦାବୀ ରହିଛି କି ୨୦୧୮ରେ ଯେଉଁ ବିଜ୍ଞପ୍ତିକୁ ନେଇ ୬୦ଟି ଜିଆରଏସ ପଦବି ପାଇଁ ଶିକ୍ଷାଗତ ଯୋଗ୍ୟତା ଓ କମ୍ପୂଟର ଯୋଗ୍ୟତା ରହିଥିଲା ଓ ସେଥିରେ ସାଟିପିକେଟ ଯାଞ୍ଚ ହୋଇ ସେମାନେ ଜିଆରଏସ ପଦବି ଚୟନ ହୋଇଥିଲେ ତାହାକୁ ଭିତ୍ତିକରି ଜିଲ୍ଲାପ୍ରସାଶନ ନିୟୁକ୍ତି ପତ୍ର ପ୍ରଦାନ କରନ୍ତୁ । ନୂତନ କ୍ଲାରିଫିକେସନ ନାଁରେ ନିୟୁକ୍ତି ନଦେଇ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ବେଆଇନ ବୋଲି ଆନ୍ଦୋଳନ କାରୀ କହିଛନ୍ତି । ପୂର୍ବରୁ ବାରମ୍ବାର ପ୍ରଶାସନର ଦ୍ୱାରସ୍ତ, ଗଣମାଧ୍ୟମର ଦ୍ୱାରସ୍ତ ହେବା ପରେ ସୁଫଳ ନ ପାଇବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆବେଦନ କାରୀ । ତେବେ ଆଜି ଥାଳି ଧରି ଚାକିରିକୁ ଭିକ୍ଷାରେ ଦେବାକୁ ଭିକ ମାଗିଥିଲେ । ଏଥିରେ ମଧ୍ୟ ପ୍ରଶାସନ ନ ସୁଣିଲେ ଆନ୍ଦୋଳନ ସ୍ଥଳରୁ ସରକାରୀ କର୍ମଚାରୀରୁ ସାଧାରଣ ଜନତା ସମସ୍ତଙ୍କୁ ଭିକ୍ଷା ମାଗି ଭିକ୍ଷା ବୃତ୍ତିକୁ ଆପଣେଇବେ ବୋଲି ସମୃଦ୍ଧ ଓଡିଶାକୁ କହିଛନ୍ତି ଧାରଣାରତ ଆବେଦନକାରୀ ।
ରିପୋର୍ଟ : କୃଷ୍ଣ କୁମାର ବେହେରା