ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପିଏମ୍-ଜନମନ ରଥ ଶୁଭାରମ୍ଭ

ପାରଳାଖେମୁଣ୍ଡି,-(ସମୃଦ୍ଧଓଡିଶା)-ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପିଏମ୍-ଜନମନ ରଥକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି । ଏହି ରଥ ଜିଲ୍ଲାର ସମସ୍ତ ବ୍ଲକ୍ ରେ ପ୍ରଚାର ପ୍ରସାର କରିବ। ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହାଅଭିଯାନ ଅଧୀନରେ ସମସ୍ତଙ୍କୁ ପକ୍କା ଘର, ପ୍ରତ୍ୟେକ ଘରକୁ ନଳ ପାଣି, ଗାଁ ଗାଁ କୁ ରାସ୍ତା, ପ୍ରତ୍ୟେକ ଘରକୁ ବିଜୁଳି,ସମସ୍ତଙ୍କୁ ଶିକ୍ଷା,ଧନ୍ଦା ମୁଳକ ଶିକ୍ଷା ପାଇଁ ସୁଯୋଗ,ସମସ୍ତଙ୍କୁ ସ୍ଵାସ୍ଥ୍ୟ ସୁବିଧା,ସମସ୍ତଙ୍କୁ ପୋଷଣ, ଉନ୍ନତ ଜୀବନ ଧାରା ଓ ଦୂରଦୂରାନ୍ତ ଗ୍ରାମାଞ୍ଚଳ କୁ ଟେଲିକମ୍ ଯୋଗାଯୋଗ ଭଳି ମୌଳିକ ସୁବିଧା ପ୍ରଦାନ କରି ପିଭିଟିଜିର ସାମାଜିକ-ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ଏବଂ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି । ଜିଲ୍ଲାରେ ଏହି ରଥ ୨୩ ଅଗଷ୍ଟ ଠାରୁ ୧୦ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ବୁଲି ସଚେତନତା ସୃଷ୍ଟି କରାଯିବ ଯଥା -ଆଧାର, ପିଏମ-ଜନଧାନ ଯୋଜନା, ପିଏମ୍ – ଘରିବ କଲ୍ୟାଣ ଯୋଜନା, ଆୟୁଷ୍ମାନ ସ୍ବାସ୍ଥ୍ୟ ବୀମା ଯୋଜନା, ପିଏମ୍- କିଷାନ ସମ୍ମାନ ନିଧି , କିଷାନ କ୍ରେଡିଟ କାର୍ଡ ଇତ୍ୟାଦି ଯୋଜନା ବିଷୟରେ ସଚେତନତା କରାଯିବ। ଜିଲ୍ଲାରେ ଏଲ୍ଏସଡିଏ ସେରଙ୍ଗର ୧୯ ଗୋଟି ଗ୍ରାମ ପଞ୍ଚାୟତର ୧୩୨ ଗ୍ରାମ ଓ ଏସଡିଏ ଚନ୍ଦ୍ରଗିରି ୩ ଗୋଟି ଗ୍ରାମ ପଞ୍ଚାୟତର ୮୦ ଗ୍ରାମରେ ସ୍ଵତନ୍ତ୍ର ଭାବେ ସଚେତନତା କରାଯିବା। ଏହି କାର୍ଯ୍ୟକ୍ରମରେ ଶ୍ରୀ ଦିଲ୍ଲୀପ କୁମାର ବେହେରା, ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ସମେତ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ : କୃଷ୍ଣ କୁମାର ବେହେରା