

ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ଗଜପତି ଜିଲ୍ଲା ନୂଆଗଡ ବ୍ଲକ ପରିମଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜନ ସାଧାରଣ ନିମନ୍ତେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁଗ୍ମ ଜନଶୁଣାଣିରେ ଗଜପତି ଜିଲ୍ଲାପାଳ ଅନୁପମ ଶାହା ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଉପସ୍ଥିତ ରହି ୧୨୩ଟି ଅଭିଯୋଗର ଶୁଣାଣି କରିଥିଲେ। ସେଥି ମଧ୍ୟରୁ ୯୬ ଗୋଟି ବ୍ୟକ୍ତି ଗତ ଅଭିଯୋଗ ହୋଇଥିବା ବେଳେ ୨୭ ଟି ଗୋଷ୍ଠୀଗତ ଅଭିଯୋଗ ରହିଥିଲା। ଏହି ଅଭିଯୋଗ ଶୁଣାଣିରେ ଚାରି ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୪ ହଜାର ଓ ରେଡକ୍ରସ ପାଣ୍ଠିରୁ ୨୬ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଏହି ଅଭିଯୋଗ ଶୁଣାଣିରେ ନୂଆଗାଁ ବ୍ଳକ ଚେୟାରମ୍ୟାନ ଗୁଡ ବାୟୀ ମଣ୍ଡଳଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ମଧ୍ୟ ଉପସ୍ଥିତ ରହିଥିଲେ। ତତ୍ ସଙ୍ଗେ ସଙ୍ଗେ ନୂଆଗଡ ବ୍ଲକର ବିଡିଓଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମକୁ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସତୀଶ ତ୍ରିପାଠୀ ପରିଚାଳନା କରିଥିବା ବେଳେ ଅନ୍ୟମାନେ ସହଯୋଗ କରିଥିଲେ।