ଛତ୍ରପୁର (ସମୃଦ୍ଧ ଓଡିଶା) ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠୀଙ୍କ ଅଧ୍ୟକ୍ଷତାରେ ଦିନିକିଆ ଜିଲ୍ଲାସ୍ତରୟ କୁଷ୍ଠ ରୋଗ ନିରାକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହା ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବେ ଗଂଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଉଦଘାଟନ କରିବା ସହ କର୍ମଶାଳାର ଆଭିମୁଖ୍ୟ ଉପରେ ଆଲୋକପାତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକରୀ ଡା.ସଦାନନ୍ଦ ମିଶ୍ର, ସମର୍ଥ ଅନୁଷ୍ଠାନର ସମ୍ପାଦକ କେ.ଆନନ୍ଦ ରାଓ, ଜିଲ୍ଲା କୁଷ୍ଠ ରୋଗ ନିରାକରଣ ଅଧିକାରିଣୀ ଡ.ତୃପ୍ତି ମହାପାତ୍ର, ଭାରତ ସରକାରଙ୍କ (କୁଷ୍ଠ ରୋଗ ନିରାକରଣ ନିର୍ଦ୍ଦେଶକ) ଡା.ବି.ସାନ୍ତାରାମ, ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଅଭିନାଶ ଶତପଥୀ, ଭାରତ ନିର୍ମାଣର ଭଲ୍ୟୁଂଟର ସୁକାନ୍ତ କୁମାର ସାହୁ, ସନ୍ୟାସୀ ବେହେରା ପ୍ରମୁଖ ଯୋଗଦେଇ କୁଷ୍ଠ ରୋଗ ନିରାକରଣ ଉପରେ ବିଭିନ୍ନ ମତ ପ୍ରକାଶ କରିଥିଲେ । ଆସନ୍ତା ଫେବୃୟାରୀ ୧୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଆଶା, ଅଙ୍ଗନବାଡ଼ି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି କୁଷ୍ଠ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଲକ୍ଷ୍ୟ ରହିଥିବା ସୂଚନା ମିଳିଛି । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସେଠୀ ଏବଂ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା