


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଷ୍ଟାଡିୟମ ପରିସରେ ଗତ ସୋମବାରରୁ ଗଞ୍ଜାମ ଜିଲାସ୍ତରୀୟ ବିଦ୍ୟାଳୟ କ୍ରୀଡା ପ୍ରୀତଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ଦୌଡ଼କୁଦ ପ୍ରତିଯୋଗିତା ସହ ଅନ୍ୟାନ୍ୟ ପ୍ରତିଯୋଗିତା କରାଯାଇ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡା ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ସମ୍ମାନିତ ଅତିଥିଭାବେ ବିଇଓ ପ୍ରଭାତୀ କୁମାରୀ ମହାପାତ୍ର, ଡୁରା ହାଇସ୍କୁଲର ପ୍ରଧାନ ଶିକ୍ଷକ ରାମକ୍ରିଷ୍ଣା ରାଓ, ପୁରୁଷୋତ୍ତମ ବିଇଓ ହରେକୃଷ୍ଣ ଓ ଏସ.ଗିରିଜା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । କ୍ରୀଡା ଶିକ୍ଷକ କେଦାରନାଥ ଚୌଧୁରୀ ଓ ଵୃଷକେତୁ ଦାସଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟତ୍ରୀ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ । ଏହି ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା


