ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଜିଲ୍ଲାସ୍ତରୀୟ ଲୋକକଳା ଉତ୍ସବ ଆୟୋଜନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଗଞ୍ଜାମର ଐତିହ୍ୟକୁ ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ଲୋକକଳା ମହୋତ୍ସବ ଆୟୋଜନ ନିହାତି ଆବଶ୍ୟକ । ଏହାଦ୍ୱାରା  ସାଂସ୍କୃତିକ ଭାବ ବିନିମୟ  ସହିତ ଲୋକକଳା ପ୍ରସାରୀତ ହୋଇପାରିବ । ଗଞ୍ଜାମ ଲୋକକଳା ମହୋତ୍ସବ ଡିସେମ୍ବର ମାସ ୨୪ତାରିଖ ଠାରୁ ୨୮ତାରିଖ ପର୍ଯ୍ୟନ୍ତ ଛତ୍ରପୁର ସ୍ଥିତ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ । ଏଥିରେ ଗଞ୍ଜାମର ବିଭିନ୍ନ ଅଞ୍ଚଳରେ ଥିବା ସ୍ଥାନୀୟ ଲୋକକଳାକୁ ଏଠାରେ ପ୍ରଦର୍ଶନ କରିବା ପାଇଁ ପ୍ରାଥମିକତା ଦିଆଯିବ, ରାଜ୍ୟର ବିଭିନ୍ନ ଜିଲ୍ଲାର ସ୍ୱୟଂ ସହାୟିକା ଗୋଷ୍ଠୀ ପ୍ରସ୍ତୁତ କରିଥିବା ସାମଗ୍ରୀ ବିକ୍ରୟ ପାଇଁ ଆମନ୍ତ୍ରଣ କରାଯିବ, ପଲ୍ଲୀଶ୍ରୀ ମେଳାର ଆୟୋଜନ କରାଯିବ ସହ ୧୫୦ଟି ଷ୍ଟଲ ହେବ, କୁଟୀର ଶୀଳ୍ପ ସାମଗ୍ରୀ ପଲ୍ଲିଶୀ ମେଳାରେ ବିକ୍ରୟର ସୁବ୍ୟବସ୍ଥା କରାଯିବ, ଯୁବଗୋଷ୍ଠୀଙ୍କୁ ପସ୍ୱୃଳ ପ୍ରତି ଆକୁଷ୍ଟ କରିବା ଲାଗି ପୁସ୍ତକ ମେଳାକୁ ସାମିଲ କରାଯିବ, ଜଣାଶୁଣା ପ୍ରକାଶନ ସଂସ୍ଥାକୁ ଆମନ୍ତ୍ରଣ କରିବାଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚନ କରିବା ସହ ସ୍ମରଣିକାରେ ଗଞ୍ଜାମ ଜିଲ୍ଲାର ଇତିହାସ  ଭୂଗୋଳ, ସାହିତ୍ୟ, ସଂସ୍କୃତି, ଲୋକକଳା ସମ୍ବନ୍ଧୀୟ ଲେଖା ସନ୍ନି ବେଶିତ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଜିଲ୍ଲା କଳାକାରମାନଙ୍କ କାର୍ଯ୍ୟକ୍ରମ, ଜିଲ୍ଲାର ସାଂସ୍କୃତିକ ଦଳଙ୍କ କାର୍ଯ୍ୟକ୍ରମ ଓ ମେଗା ପ୍ରୋଗ୍ରାମ ଅନୁଷ୍ଠିତ ହେବ । ୨୪ରେ ହ୍ୟୁମାନ ସାଗର ଏବଂ ତାଙ୍କର ସାଥୀ, ୨୫ରେ ଐଶ୍ୱର୍ଯ୍ୟା ନୀଗମ ଏବଂ ତାଙ୍କର ସାଥୀ, ୨୬ରେ ସାଶ୍ୱତ ଯୋଶୀ ଓ ହରିହର ଦାସ, ୨୭ରେ କଲିକତା ସ୍ଥିତ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ପ୍ରଯୋଜିତ ଅଲତାଫ ରାଜଙ୍କ କାର୍ଯ୍ୟକ୍ରମ ଓ ୨୮ରେ ମୋନା ଭଟ୍ଟ ଓ ସ୍ୱୟମ ପାଢୀଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ହେବ । ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ,  ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଦାସ, ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ ରାଉତରାୟ, ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଡୁଡା ପିଡି ସବ୍ୟସାଚୀ ହୋତା, ଛତ୍ରପୁର ବିଡିଓ ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଜିଲ୍ଲା ସଂସ୍କୃତି ଅଧିକାରୀ  ଶୁକ୍ରୁ ସ୍ୱାଇଁ, ଜିଲ୍ଲା ପର୍ଯ୍ୟଟ୍ଟନ ଅଧିକାରୀ ସନାତନ ନାୟକ, ଗଞ୍ଜାମ ଅବକାରୀ ଅଧିକ୍ଷୀକ ରାମଚନ୍ଦ୍ର ମିଶ୍ର,  ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ସାଉଥ-କୋ ନିର୍ବାହୀ ଯନ୍ତ୍ରୀ ପ୍ରଭାତ କର, ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡା.ସୈାଭାଗ୍ୟ କୁମାର ସାହୁ, ଛତ୍ରପୁର ବିଇଓ ଅବିନାଶ ଶତପଥୀ, ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ ଓ ଏନ୍.ନାରାୟଣ ରେଡ୍ଡୀ, ଜିଲ୍ଲା ଆର୍ଥଲେଟିକ ଆସୋସିଏସନର ଉପସଭାପତି ପ୍ରଫୁଲ କୁମାର ପଟ୍ଟନାୟକ, ନୀରଞ୍ଜନ ତ୍ରିପାଠୀ, ଜିଲ୍ଲା ଗ୍ରାନ୍ଥାଗାରିକ ଅମୀୟ ଧଳ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ସ୍ଥାନୀୟ ବରିଷ୍ଠ ନାଗରିକମାନେ ଅଂଶ ଗ୍ରହଣ କରି ମହୋତ୍ସବର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା