

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଦ୍ୟ କୁସୁମଯୋଡି ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଅଂଳାବେରେଣୀ ଠାରେ ଜିଲ୍ଲା ସ୍ତରୀୟ ସ୍କାଉଡ଼ ଗାଇଡ଼ ତୃତୀୟ ସୋପାନ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିର ଅଗଷ୍ଟ ୨ ଠାରୁ ୩ ଦୁଇ ଦିନ ଧରି ଚାଲିବ । ଏହି ଶିବିରରେ ୨୧୩ ଜଣ ସ୍କାଉଟ, ୧୨୭ ଜଣ ଗାଇଡ଼ ଓ ୩୭ ଜଣ ସ୍କାଉଟ ମାଷ୍ଟର ଓ ଗାଇଡ଼ କ୍ୟାପଟେନ ଯୋଗଦାନ କରିଛନ୍ତି । ଆଜିର ଏହି ଶିବିରରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସ୍କାଉଟ ଗାଇଡ଼ ମୁଖ୍ୟ କମିଶନର ସୁଧାନନ୍ଦ ପରିଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍କାଉଟ ଗାଇଡ଼ ମାନେ ସ୍କାଉଟ ଗାଇଡ଼ ନୀତି ଆଦର୍ଶକୁ ଅନୁସରଣ କରି ଜୀବନରେ ଭଲ ମଣିଷ ହେବା ପାଇଁ ଉପଦେଶ ପ୍ରଦାନ କରିଥିଲେ । ଏହାସହ ସମ୍ମାନିତ ଅତିଥି ଭାବେ ସଦର ବ୍ଲକ ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ ଯୋଗ ଦେଇଥିଲେ । ଜିଲ୍ଲା ସ୍କାଉଟ ଗାଇଡ଼ ସମ୍ପାଦକ ସୁଶ୍ରୀ ସୌଦାମିନୀ ଦାସ, ଜିଲ୍ଲା ସ୍କାଉଟ କମିଶନର ଗଗନ ବିହାରୀ ନାୟକ, ଜିଲ୍ଲା ଗାଇଡ଼ କମିଶନର ପୁଷ୍ପାଞ୍ଜଳି ଦଳାଇ, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ଧ୍ୟାରିଣୀ ବିଶ୍ୱାଳ, କୈଳାସ ଚନ୍ଦ୍ର ପୃଷ୍ଟି, ପ୍ରାଣବନ୍ଧୁ ମହାରଣା, ବିଜୟ କୁମାର ନନ୍ଦ, ନରେଶ କୁମାର ମହାରଣା, ଗୀତାଞ୍ଜଳି ମିଶ୍ର, ନସିମା ଆରା ବେଗମ ଓ ଜିଲ୍ଲାର ୩୭ଟି ସ୍କୁଲର ସ୍କାଉଟ ମାଷ୍ଟର ଗାଇଡ଼ କ୍ୟାପଟେନ ଓ ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ତଥା ନିକଟତମ ସ୍କୁଲର କର୍ମଚାରୀ ବୃନ୍ଦ ସକ୍ରିୟ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି
