ଢେଙ୍କାନାଳ (ସମୃଦ୍ଧ ଓଡିଶା) ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ତଥା ଓଡ଼ିଶା ଆଇନ ସେବା ପ୍ରାଧିକରଣ ଅଧକ୍ଷାଙ୍କ ନିର୍ଦ୍ଦେଶକ୍ରମେ ଏବଂ ଜିଲ୍ଲା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଶରତ କୁମାର ଦେହୁରିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଢେଙ୍କାନାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଢେଙ୍କାନାଳ ବନ ବିଭାଗର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଢେଙ୍କାନାଳ ଜିଲ୍ଲାର ଶତାୟୁ ଶିକ୍ଷାନୁଷ୍ଠାନ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ପରିସର ଓ ଖେଳପଡିଆ ମଧ୍ୟରେ କାମାକ୍ଷା ପ୍ରସାଦ ଉଚ୍ଚ ବିଦ୍ୟାଳୟ, ଗୋବିନ୍ଦପୁର ଓ ବଣସିଂ ଉଚ୍ଚ ବିଦ୍ୟାଳୟ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜଜ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶରତ କୁମାର ଦେହୁରି ଶୁଭ ଉଦଘାଟନ କରି ‘ପରିବେଶ ସନ୍ତୁଳନ ରକ୍ଷା ନିମନ୍ତେ ଚାରାରୋପଣ ଏକାନ୍ତ ଅପରିହାର୍ଯ୍ୟ’ ବୋଲି ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦୦ ଗୋଟି ଚାରାରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଚାରପତି, ପାରିବାରିକ ଅଦାଲତ ଦୀପ୍ତିରଞ୍ଜନ କାନୁନଗୋ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମୁକ୍ତି ରଞ୍ଜନ ସତପଥୀ,ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁକାନ୍ତ କିଶୋର ଜେନା, ବରିଷ୍ଠ ଦେୱାନୀ ବିଚାରପତି ସୁବାଷ ଚନ୍ଦ୍ର ଧଳ, ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି ଛାୟାକାନ୍ତ ଦାଶ, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ଅଭିଜିତ କୁମାର ପୁରୋହିତ, ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ନିଶା ଅଗ୍ରୱାଲ/ମୈତ୍ରୀ ସାମନ୍ତରାୟ, ମାଜିଷ୍ଟ୍ରେଟ (ପ୍ରୋବେସନ)ଶ୍ରୀମୟୀ ନନ୍ଦ, ସିଭିଲ କୋର୍ଟ, ଢେଙ୍କାନାଳ, ସହକାରୀ ଶିକ୍ଷକ ଦେବରାଜ ରାଉତ, ଡ଼ା. ଦେବୀ ପ୍ରସାଦ ମିଶ୍ର,ଜିଲ୍ଲା ଆଇନ ସେବା ପ୍ରାଧିକରଣ ,ଢେଙ୍କାନାଳ ବନବିଭାଗ ଓ ଉଚ୍ଚ ବିଦ୍ୟାଳୟର କର୍ମଚାରୀ ବୃନ୍ଦ, ଢେଙ୍କାନାଳ ବନଖଣ୍ଡ ଅଧିକାରୀ, ବିମଳ ପ୍ରସନ୍ନ ଆଚାର୍ଯ୍ୟ, ରେଞ୍ଜ ଅଫିସର ଧରିତ୍ରୀ ମୁର୍ମୁ, ଢେଙ୍କାନାଳ ବନପାଳ ହିମାଂଶୁ ପୃଷ୍ଟି ପ୍ରମୁଖ ଅଂଶ ଗ୍ରହଣ କରି ଚାରାରୋପଣ କରିଥିଲେ ।
ରିପୋର୍ଟ : ଶୁଭମ ପାଣି