ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ମୋଟର ଯାନ ଦୁର୍ଘଟଣା ମଧ୍ୟସ୍ଥତା କେନ୍ଦ୍ର ଉଦଘାଟିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଢେଙ୍କାନାଳ କାର୍ଯ୍ୟାଳୟଠାରେ ମୋଟର ଯାନ ଦୁର୍ଘଟଣା ମଧ୍ୟସ୍ଥତା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହି ମୋଟର ଯାନ ଦୁର୍ଘଟଣା ମଧ୍ୟସ୍ଥତା କେନ୍ଦ୍ରକୁ ଜିଲ୍ଲା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ମଳୟ ରଞ୍ଜନ ଦାଶ ଉଦଘାଟନ କରିବା ଅବସରରେ ଦୁର୍ଘଟଣା ପ୍ରପୀଡ଼ିତ ଲୋକମାନେ ଏହାର ସୁଫଳ ପାଇବେ ବୋଲି ଆଶା ପ୍ରକାଶ କରିଥିଲେ । ଏହି ଉଦଘାଟନ ଉତ୍ସବରେ ଦୀପ୍ତି ରଞ୍ଜନ କାନୁନଗୋ ବିଚାରପତି ପରିବାର ଅଦାଲତ, ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ୱତନ୍ତ୍ର ଜଜ(ଭିଜିଲାନ୍ସ) ପ୍ରତିମା ପଣ୍ଡା, ଅତିରିକ୍ତ ଜିଲ୍ଲା ଜଜ ରାଜ କିଶୋର ମହାପାତ୍ର, ମୁଖ୍ୟ ବିଚାର ବିଭାଗୀୟ ମାଜେଷ୍ଟ୍ରେଟ ମୁକ୍ତି ରଞ୍ଜନ ଶତପଥୀ, ରେଜିଷ୍ଟ୍ରାର ସିଭିଲ କୋର୍ଟ ସଂଜିତ କୁମାର ବେହେରା, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ଅଳ୍ପନା ସ୍ୱାଇଁ, ବରିଷ୍ଠ ଦେୱାନି ବିଚାରପତି (ମହିଳା ଅଦାଲତ) ଶ୍ରୀମତୀ ଗୀତାଞ୍ଜଳ ନନ୍ଦ, ଉପଖଣ୍ଡ ବିଚାର ଭିଭାଗୀୟ ମାଜିଷ୍ଟ୍ରେଟ ଅଭିଜିତ ପୁରୋହିତ, ଦ୍ଵିତୀୟ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମୟିତ୍ରୀ ସାମନ୍ତରାୟ/ରାଜଶ୍ରୀ ଆର୍ଯ୍ୟବାଳା ତ୍ରିପାଠୀ/ ନିଶା ଅଗ୍ରୱାଲ, ଜିଲ୍ଲା ଓକିଲ ସଂଘର ଉପସଭାପତି ସରୋଜ କୁମାର ପାଢ଼ୀ, ସମ୍ପାଦକ ଟଙ୍କଧର ବେହେରା, ବରିଷ୍ଠ ଆଇନଜୀବୀ ଦିପ୍ତୀଶ ପ୍ରସାଦ ପଟ୍ଟନାୟକ, ଓମ ପ୍ରକାଶ ଶରଣ, ପ୍ରମିଳା ମହାପାତ୍ର, ସୁଭାଷିନୀ ମହାକୁଡ଼, ଭରତ ହାତୀ, ଜିଲ୍ଲା ଓକିଲ ସଂଘର ସଦସ୍ୟ/ସଦସ୍ୟା, ଜିଲ୍ଲା ଆଇନ ସେବା ପ୍ରାଧିକରଣର ମଧ୍ୟସ୍ଥ ପିଏଲଭିଏସ(PLVs) ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅରୁଣ ପଟ୍ଟନାୟକ ଏହି ନୂତନ ମଧ୍ୟସ୍ଥତା କେନ୍ଦ୍ର ଉଦଘାଟନ ଦ୍ୱାରା ଦୁର୍ଘଟଣା ପ୍ରପୀଡ଼ିତ ଲୋକମାନେ କିଭଳି ଉପକୃତ ହୋଇପାରିବେ ସେ ବିଷୟରେ ଆଲୋକପାତ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି