
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଆନ୍ତର୍ଜାତିୟ ମାନବ ଅଧିକାରୀ ପରିଷଦର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରେ ଏକ ଯୁବ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପରିଷଦର ଜିଲ୍ଲା ସଭାପତି ସାଇ ପ୍ରସାଦ ପରିଡାଙ୍କ ନେତୃତ୍ୱରେ ଗଂଜାମ ଜିଲ୍ଲାର କୋଣ ଅନୁକୋଣରୁ ଆସି ବୈଠକରେ ଯୋଗ ଦେଇଥିବା ଯୁବକ ମାନଙ୍କ ମଧ୍ୟରେ ଏକ ମାନବ ଅଧିକାରୀ ସଚେତନତା ବୈଠକରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଗଞ୍ଜାମ ଜିଲ୍ଲା ଯୁବ ସଭାପତି ନିଳାଞ୍ଚଳ ସେଠୀ, ଦେବାଶିଷ ମହାନ୍ତି, ରାକେଶ କୁମାର ଆଚାର୍ଯ୍ୟ, ମହେଶ କୁମାର ଗୌଡ଼, ପ୍ରବୀଣ କୁମାର ପାଢୀ, ଦୀପକ କୁମାର ଲେଙ୍କା, ଚକ୍ରପାଣି ପଲାଇ, ଜି. ମୁକେଶ, ରାକେଶ ବେହେରା, ସ୍ୱରାଜ ସାହୁ, ଆକାଶ ପାହାଳ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାର ଅବହେଳିତ ମାନଙ୍କୁ ସାମାଜିକ ନ୍ୟାୟ କିଭଳି ପ୍ରଦାନ କରାଯିବ ସେହି ବିଷୟକୁ ନେଇ ଆଲୋକପାତ କରିଥିଲେ । ତତସହିତ ଆଗାମୀ ଦିନରେ ପରିଷଦ କିଭଳି ସକ୍ରିୟ ଭାବେ କାର୍ଯ୍ୟ କରିବ ସେ ନେଇ ଆଲୋଚନା କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା