

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଅବସର ପ୍ରାପ୍ତ ଅଧିକାରୀଙ୍କ ପାଇଁ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସବ୍ୟସାଚି ହୋତା, ପି.ଡି. ଓ ଡି.ୟୁ.ଡି.ଏଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଜିଲ୍ଲା ଉନ୍ନୟନ ସଂସ୍ଥା ଗଂଜାମ, ଛତ୍ରପୁର କର୍ମଚାରୀ ମାନେ ଓ ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଶଦ ଅଧିକାରୀମାନେ ଯୋଗ ଦେଇଥିଲେ । ଅବସର ପ୍ରାପ୍ତ ଶ୍ରୀ ସବ୍ୟସାଚି ହୋତାଙ୍କୁ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ସମ୍ମାନିତ କରିଥିଲେ । ଏହି ଉତ୍ସବରେ ଉମ୍ମା ସେଠୀ ସଭାରେ ଉପସ୍ଥିତ ସମସ୍ତ କର୍ମଚାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ । ଏହି ଉତ୍ସବର ପ୍ରଶାନ୍ତ କୁମାର ଶତପଥି ଓ କାର୍ଯ୍ୟ ନିର୍ବାହ ଅଧିକାରୀ (ଏନ୍.ଏ.ସି)ର ବରିଷ୍ଠ ରାଜସ୍ୱ ସହାୟକ ଗିରିଜା ଶଙ୍କର ମଲ୍ଲିକ ଆୟୋଜନ ଓ ସଂଯୋଜନା କରିଥିଲେ ।
ରିପୋର୍ଟ : ତ୍ରିନାଥ ବେହେରା ଓ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



