ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ କରୋନାରୀ ଭାଇରସ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ବିଷୟରେ ବିସ୍ତୃତ ସୂଚନା ଏକ ସାମ୍ବାଦିକ ସମ୍ମିଳନୀ ଜରୀଆରେ ଗଜପତି ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି । ବିଭିନ୍ନ ସଭା, ଜନ ସମାବେଶ ଓ ମେଳାକୁ ବନ୍ଧ କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଧ କରିବା ସହ ଅଙ୍ଗନବାଡି କେନ୍ଦ୍ର ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରଖାଯାଇଛି । ସାମାଜିକ ଓ ଧାର୍ମିକ ଉତ୍ସବକୁ ଠିକ୍ ଭାବେ ନିୟନ୍ତ୍ରଣ ରଖି ପରିଚାଳନା କରିବା ପାଇଁ ସ୍ଥାନୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସମସ୍ତ ସିନେମା ହଲ, ସପିଙ୍ଗ ମହଲ, ଜିମ୍ ଗୁଡିକ ବନ୍ଧ ରଖାଯାଇଛି। ସେହିପରି ପଞ୍ଚାୟତ ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଭ୍ୟ ମାନଙ୍କୁସଚେତନତା କରାଇବା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ମିଶନ ଶକ୍ତି ପକ୍ଷରୁ ଛୋଟ ଛୋଟ ସଭା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀରେ ମାଆ ମାନଙ୍କୁ ସଚେତନ କରାଇବା ପାଇଁ ନିଷ୍କତି ନିଆଯାଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସହରା ଅଞ୍ଚଳ ଓ ଗ୍ରାମ ଅଞ୍ଚଳରେ ବିଭିନ୍ନ ଜନଗହଳି ସ୍ଥାନରେ ହୋଡିଂ ଲଗାଇବା ବ୍ୟବସ୍ଥା କରାଯାଇଛି । ମୁଖ୍ୟତ ପର୍ଯ୍ୟଟନ କ୍ଷେତ୍ର କୁହାଯାଉଥିବା ଚନ୍ଦ୍ରଗିରି ବୌଦ୍ଧ ମନ୍ଦିର ଓ ଗଣ୍ଡାହାତୀ ଜଳ ପ୍ରପାତକୁ ପର୍ଯ୍ୟଟନ ଯିବା ପାଇଁ ରୋକ ଲଗାଯାଇଛି । ଏହି ଭାଇରସ ଉପରେ ଭୁଲ ସୂଚନା ଦେବା ବ୍ୟକ୍ତିଙ୍କୁ ଦଣ୍ଡ ବ୍ୟବସ୍ଥା କରାଯାଇଛି । ବିଦେଶରୁ ଫେରିଥିବା ଗୋଷାଣି ଓ ମୋହନା ବ୍ଲକର ୧୧ ଜଣ ସ୍ଥାନୀୟ ବାସିନ୍ଦାଙ୍କୁ ନିରୀକ୍ଷଣରେ ରଖାଯାଇଛି । ମୁଖ୍ୟ ଚିକିତ୍ସାଳୟରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ଖୋଲିବାକୁ ନିଦ୍ଦେର୍ଶ ଦିଆଯାଇଛି । ଟିୟୁସୁନ ବା କୋଚିଂ ସେଣ୍ଟର ବନ୍ଧ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ଛୋଟ ବାଦ୍ଧି କରାଯିବା ସହ ଯେଉଁ ମାନେ ଛୋଟରେ ଅଛନ୍ତି ସେମାନଙ୍କ ମଧ୍ୟ ନିଜ କର୍ମ କ୍ଷେତ୍ରକୁ ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାନଟାରଜ ଓ ମାସ୍କ କିପରି ଚଢାଦରରେ ବିକ୍ରି ନହେବ ସେଥିପାଇଁ ଜିଲ୍ଲା ଯୋଗାଣ ଅଧିକାରୀ ଓ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀମାନଙ୍କୁ ନେଇ ଏକ ସ୍କାଡ ତିଆରି କରାଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ମୋଟ ୭ ଗୋଟି ବ୍ଲକରେ ୭ ସ୍କାଡ ଓ ପାରଳାଖେମୁଣ୍ଡି ଗୋଟାଏ ଏହିପରି ମୋଟ ୮ଟି ସ୍କାଡ ଜିଲ୍ଲାରେ ଗଠନ କରାଯାଇଥିବା ଜଣା ପଡିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକ ପ୍ରମୁଖଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା