ରାୟଗଡ଼ା (ସମୃଦ୍ଧ ଓଡିଶା) ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧୀର ଦାଶ ଧରିବେ ଜିଲ୍ଲା ବିଜେଡି ମଙ୍ଗ । ଅପ୍ରତିଦ୍ୱନ୍ଦ୍ୱୀ ରୂପେଦଳର ଜଣେ ନେତା ସବୁ ଚର୍ଚ୍ଚାର ଅନ୍ତଘଟାଇ ଆଜି ଦଳୀୟ ନିର୍ବାଚନ ଅଧିକାରୀ ଆଇନଜୀବୀ ବ୍ରଜସନ୍ଦୁର ନାୟକଙ୍କ ନିକଟରେ ସଧୁୀର ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଅପ୍ରତିଦ୍ୱନ୍ଦ୍ୱୀମୂଳକ ଭାବେ ଜଣେ ବିଜେଡି ନେତା ସଭାପତି ପାଇଁ ପ୍ରାର୍ଥୀପତ୍ର ପ୍ରଦାନ କରିଥିବାରୁ ଆସନ୍ତା ଦିନରେ ତାଙ୍କୁ ରାୟଗଡା ଜିଲ୍ଲା ବିଜେଡି ସଭାପତି ରୂପେ ରାଜ୍ୟ କାର୍ଯ୍ୟକାରିଣୀ ଘୋଷଣା କରିବା ନେଇ ଧାର୍ଯ୍ୟ ହୋଇଛି । ଜିଲ୍ଲାରେ ବିଜେଡି ସଭାପତି ରୂପେ ତାଙ୍କ ପ୍ରାର୍ଥୀତ୍ୱକୁ ରାଜ୍ୟସଭା ସାଂସଦ ଏନ୍ ଭାଷ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ଓ ଗଗନ ଆଚାଯର୍ଯ୍ୟ ପ୍ରମୁଖ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରସ୍ତାବ ଦେଇଥିଲେ। ସୁଧୀର ଦଶଙ୍କୁଦଳର ସଭାପତି ରୂପେ ନିଜ ସମର୍ଥନ ଜଣାଇଥିଲେ ବିଜେଡି ନେତା ଚନ୍ଦ୍ରକାନ୍ତ ସାମଲ, ରତନଲାଲ ଜୈନ, ଗୋଦାବରି ରାଉତ ଓ ଜଗଦିଶ ପାତ୍ର ପ୍ରମୁଖ । ବିଜେଡିର ଦୁଇ ହେବିୱେଟ ରଜ୍ୟସଭା ସାଂସଦ ଏନ୍ ଭାଷ୍କର ରାଓ ଓ ବିଜୁସ୍ୱସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧୀରଦାଶଙ୍କ ମଧ୍ୟରେ ମତଭେଦ ରହିଥିବା ରାଜନୈତିକ ମହଲରେ ଯେଉଁ କଳ୍ପନାଜଳ୍ପନା ଚାଲିଥିଲା ତାହାର ଆପାତଃ ଅନ୍ତଘଟିଛି । ଶ୍ରୀ ଦାଶଙ୍କ ସଭାପତି ପ୍ରାର୍ଥୀତ୍ୱକୁ ଶ୍ରୀ ରାଓ ପ୍ରସ୍ତାବ ଦେଇଥିବାବେଳେ ଉଭୟଙ୍କ ମଧ୍ୟରେ ବିଗତ ଦିନରେ ଦେଖାଯାଇଥିବା ମତଭେଦ ଉପରେ ପୂର୍ଣଛେଦ ପଡିଛି । ଆଗାମୀ ପୌରପ୍ରଶାସନ ନିର୍ବାଚନରେ ଦଳ ସଧୁୀର ଦାଶଙ୍କ ସଭାପତିତ୍ୱରେ ଭଲ ପ୍ରଦର୍ଶନ କରିବା ନେଇ ଆଶା ବାନ୍ଧିଛି । ନିର୍ବାଚନରେ ବିଜେଡିର ରଣ କୌଶଳ କିପରି ରହିବ ତାହା ସଭାପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବ । ଏହି ସମୟରେ ବିଜେଡି ଦଳରେ ହେବିୱଟଙ୍କ ମଧ୍ୟରେ କିପରି ତାଳମେଳ ରଖି ତୃଣମଳୂସ୍ତରର କର୍ମୀଙ୍କୁ ନେଇ ନିର୍ବାଚନ ବିଜୟ ଲକ୍ଷ୍ୟ ଦଳହାସଲ କରୁଛି । ତାହା ଆଗାମୀ ଦିନରେ ସଭାପତିଙ୍କ ରଣ କୌଶଳ ଉପରେ ନିର୍ଭର କରୁଛି । ଯାହା ଆଗାମୀ ଦିନରେ ଦେଖିବାକୁ ମିଳିବ ବୋଲି ଆଲୋଚନା ହେଉଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ