ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ପାରଳା ବିଧାୟକ : ରୋଗୀଙ୍କୁ ଉତ୍ତମ ସେବା ଯୋଗାଇବାକୁ ଦେଲେ ପରାମର୍ଶ

ପାରଳାଖେମୁଣ୍ଡି -(ସମୃଦ୍ଧଓଡିଶା)-ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଚାନକ ପରିଦର୍ଶନ କରିଥିଲେ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ। ପରିଦର୍ଶନ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିଚାଳନା ଓ ପରିମଳ ବ୍ୟବସ୍ଥା ଠିକ୍ ନଥିବା ଦେଖି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଆଦେଶ ଦେଇଥିଲେ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ରୋଗୀ ତଥା ରୋଗୀ ସମ୍ପର୍କୀୟ ମାନଂକୁ ଭଲମନ୍ଦ ପଚାରି ବୁଝିଥିଲେ ପାରଳା ବିଧାୟକ। ବିଧାୟକ ଏଭଳି ଅଚାନକ ପରିଦର୍ଶନ କରି ଲୋକଙ୍କ ଭଲ ମନ୍ଦ ବୁଝି ଥିବାରୁ ରୋଗୀ ତଥା ରୋଗୀ ସମ୍ପର୍କୀୟ ବିଧାୟକ ଙ୍କ ପ୍ରତି ଖୁସି ଅନୁଭବ କରିବା ସହ ବିଧାୟକ ଙ୍କ କାର୍ଯ୍ୟକୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।ଆବଶ୍ୟକ ସଂଖ୍ୟକ ଡାକ୍ତର ନ ଥିବା ତଥା ଭିତ୍ତିଭୂମି ପାଇଁ କିଛି ଆବଶ୍ୟକ ଥିବା ବିଧାୟକ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ବିଭିନ୍ନ ସମସ୍ୟା ବିଧାନ ସଭାରେ ଉପସ୍ଥାପନ ତଥା ଜିଲ୍ଲା ପ୍ରଶାସନ ସହଯୋଗରେ ସମାଧାନ କରିବା ପାଇଁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ଉପାଧ୍ୟକ୍ଷ ଲେଙ୍କା ମଧୁ ପ୍ରଦୀପ କୁମାର ନାୟକ,ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ୍ ବୀରରାଜୁ ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ : କୃଷ୍ଣ କୁମାର ବେହେରା