ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ଆଇସିଟି ସଂଯୋଜକ ସଂଘ ତରଫରୁ ଜିଲ୍ଳା ଶିକ୍ଷାଧିକାରୀଙ୍କୁ ୫ ଦଫା ସମୂଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଚଳିତ ଏପ୍ରିଲ ୨ରେ ୪ ହଜାର କମ୍ପ୍ୟୁଟର ଶିକ୍ଷକଙ୍କୁ ଛଟେଇ କରାଯିବା ପ୍ରତିବାଦରେ ଏହି ଦାବିପତ୍ର ପ୍ରଦାନ କରାଯିବା ସହ ତୁରନ୍ତ ନିଯୁକ୍ତି ପାଇଁ ଦାବି କରାଯାଇଥିଲା । ସରକାରୀ ଶିକ୍ଷକ ମାନ୍ୟତା ସହ ସ୍ଥାୟୀ ନିଯୁକ୍ତି ବିଦ୍ୟାଳୟ, ସଂଯୋଜକ ପାଦ ପରିବର୍ତ୍ତେ କମ୍ପ୍ୟୁଟର ଶିକ୍ଷକର ମାନ୍ୟତା, ଆଇସିସି ଇ ବିଦ୍ୟାଳୟ ପ୍ରୋଜେକ୍ଟକୁ ଘରୋଇ କରଣ ବନ୍ଦ କରି ନିଜ ଅଧୀନରେ ସାମିଲ କରାଯିବା, ସମସ୍ତ ଉଚ୍ଚ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷକ ବାଧ୍ୟତାମୂଳକ କରିବା ଏବଂ ଯଥାଶୀଘ୍ର ଛଟେଇ କରାଯାଇଥିବା କମ୍ପ୍ୟୁଟର ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ସରକାର ନିର୍ଦ୍ଦେଶ ଜାରି କରନ୍ତୁ ବୋଲି ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ସେମାନଙ୍କ ଚିକିରି ପୁନର୍ବାର ଦିଆନଗଲେ ସେମାନେ ଭୋଟ ବର୍ଜନ କରିବେ ବୋଲି ଢେଙ୍କାନାଳ ସମ୍ପାଦକ ଶ୍ରୀକାନ୍ତ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ଜୟନ୍ତ କୁମାର, ସତ୍ୟସୋଭନ ତ୍ରିପାଠୀ, ସତ୍ୟନାରାୟଣ ସାହୁ, ଦିଲ୍ଲୀପ ମିଶ୍ର, ଅମ୍ବରନ ସାହୁ, ଦୁଃଶାସନ ବାରିକ, ହୃଦାନନ୍ଦ ସାହୁ, ସୁଦର୍ଶନ ପଣ୍ଡା, ଶିବ ପ୍ରସାଦ ସାହୁ, ପ୍ରତିକ୍ଷା ପ୍ରିୟଦର୍ଶନୀ ମିଶ୍ର, ତନୁଜା ତପସ୍ୱିନୀ ପୃଷ୍ଟି, ମାନସୀ ମହାରଣା, ପ୍ରତିଭା ଶତପଥୀ, ଗାୟତ୍ରୀ ମିଶ୍ର, ସୁନନ୍ଦା ରାଣୀ ସାହୁ, ନର୍ମଦା ନାୟକଙ୍କ ସହ ୧୩୯ ଜଣ ସ୍କୁଲର ସ୍କୁଲ କୋଡିନେର୍ଟର ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି