ଛତ୍ରପୁର (ସମୃଦ୍ଧ ଓଡିଶା)ଗତ ଦୁଇ ଦିନ ଧରି ଚାଲିଥିବା ଓଡ଼ିଶାରେ ଜାତୀୟ ଦଳ ବିଜେପିର ଜିଲ୍ଲା ସଭାପତି ନିର୍ଵାଚନ ପ୍ରକ୍ରିୟା ସରିଥିବା ବେଳେ ମୂଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ପାଇଁ ବିଜେପି ଏକ ଲୋକପ୍ରିୟ ସଙ୍ଗଠକ ତଥା ଗୋପାଳପୁର ନିର୍ଵାଚନ ମଣ୍ଡଳୀର ଵିଧାୟକ ପ୍ରାର୍ଥୀ ବିଭୁତି ଜେନାଙ୍କୁ ଜିଲ୍ଲା ସଭାପତି ରୂପେ ଚୟନ କରି ଥିବାରୁ ବିଜେପି ମହଲରେ ବେଶ ଉତ୍ସହ ପରିଲକ୍ଷିତ ହୋଇଛି । ବିଭୁତି ଜେନା ବିଜେପିର ଜିଲ୍ଲା ସଭାପତି ହେବା ପରେ ବିଜେଡି ଶିବିର ପେଳେଇ ପାଣି ହୋଇ ଯାଇ ଥିବା ଦେଖିବାକୁ ମିଳୁଛି । ବିଭୁତିଙ୍କର ସାଙ୍ଗଠନିକ ଦକ୍ଷତାକୁ ନେଇ ଜିଲ୍ଲାରେ ବିଜେଡିର ଏକଛତ୍ର ଶାସନର ବିଲୟ ଅବଶମ୍ବାଵୀ ବୋଲି ବରିଷ୍ଠ ପର୍ଯ୍ୟବେକ୍ଷକମାନେ ମତପ୍ରକାଶ କରୁଛନ୍ତି । ଗୋପାଳପୁର ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇ ବିଭୁତି ଦୁଇ ଦୁଇ ଥର ମାତ୍ର କମ ଭୋଟ ବ୍ୟବଧାନରେ ପରାଜୟ ହୋଇଥିଲେ ମଧ୍ୟ ସେ କେବେ ପଛକୁ ଚାହିଁ ନାହାନ୍ତି ବରଂ ବିଗତ ଅନୁଭୂତିକୁ ଆକ୍ଷି ଆଗରେ ରଖି ସେ ଆଗେଇ ଚାଲି ଥିବାରୁ ତାଙ୍କୁ ଆଜି ଏହି ସଫଳତା ମିଳିଛି ବୋଲି କୁହାଯାଉଥିବା ବେଳେ ପଛେଇ ଯାଇଥିବା ଗଞ୍ଜାମ ଜିଲ୍ଳା ଯେ ପଦ୍ମ ମୟ ହୋଇ ଉଠିବ ଏକଥା ବୁଦ୍ଧିଜୀବୀ ଠାରୁ ଆରମ୍ଭ କରି ସମସ୍ତେ କହିସାରିଲେଣି । ତେବେ ଓଡିଶା ପ୍ରଦେଶର ଜିଲ୍ଲା ସଭାପତି ନିର୍ବାଚନ ଡିସେମ୍ବର ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହା ପୂର୍ବରୁ ରାଜ୍ୟସ୍ତରୀୟ ନେତୃବୃନ୍ଦମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ଜିଲ୍ଲା ଓ ମଣ୍ଡଳ ସ୍ତରର ନେତୃମଣ୍ଡଳୀଙ୍କ ସହ ଆଲୋଚନା କରି ମତାମତ ସଂଗ୍ରହ କରିଥିଲେ । ଡିସେମ୍ବର ୧୫ ଓ ୧୬ ଦୁଇ ଦିନ ଧରି ଅନୁଷ୍ଠିତ ଜିଲ୍ଲା ସଭାପତି ନିର୍ବାଚନର ଫଳାଫଳ ଆଜି ରାଜ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ରଂଜନ ପଟେଲଙ୍କ ଅନୁମୋଦନ କ୍ରମେ ରାଜ୍ୟ ସହ ନିର୍ବାଚନ ଅଧିକାରୀ ଓ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ ଘୋଷଣା କରିଛନ୍ତି । ଜିଲ୍ଲା ସଭାପତିମାନେ ହେଲେ ଅନୁଗୁଳ–ଡିଲେଶ୍ୱର ପ୍ରଧାନ, ଢେଙ୍କାନାଳ-ନରେଶ ମହାପାତ୍ର, କଟକ ନଗର– ଲଲାତେନ୍ଦୁ ବଡୁ, କଟକ ସଦର-ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ଜଗତସିଂହପୁର-ସତ୍ୟବ୍ରତ ମହାପାତ୍ର, କେନ୍ଦ୍ରାପଡା-କିଶୋର ପଣ୍ଡା, ଯାଜପୁର– ଗୌତମ ରାୟ, ଭଦ୍ରକ-ହେମନ୍ତ ପାଢୀ, ବାଲେଶ୍ୱର-ଉମାକାନ୍ତ ମହାପାତ୍ର, ବାରିପଦା-ପୂର୍ବତନ ବିଧାୟକ କାନ୍ଦରା ସୋରେନ, ରାଇରଙ୍ଗପୁର-ବିଧାୟକ ନବଚରଣ ମାଝୀ, କେନ୍ଦୁଝର-ଅଂଶୁମାନ ସବୁଜ ମହନ୍ତ ବର୍ମା, ସୁନ୍ଦରଗଡ(ବଣାଇ)-ଅନୀଲ ବାର୍ଲା, ସୁନ୍ଦରଗଡ (ପାନପୋଷ)-ଲତିକା ପଟ୍ଟନାୟକ, ସୁନ୍ଦରଗଡ-ବିଧାୟକ ଭବାନୀ ଭୋଇ, ଝାରସୁଗୁଡା– ମଙ୍ଗଳ ସାହୁ, ଦେବଗଡ-ମୀନ କେତନ ପ୍ରଧାନ, ସମ୍ବଲପୁର-ଗିରିଶ ପଟେଲ, ବରଗଡ-ଅଶ୍ୱନୀ ଷଡଙ୍ଗୀ, ବୌଦ୍ଧ-ବିପ୍ର ଚରଣ ମହାନ୍ତି, ସୁବର୍ଣ୍ଣପୁର-ପ୍ରମୋଦ ମହାପାତ୍ର, ବଲାଙ୍ଗୀର-ଶିବାଜୀ ମହାନ୍ତି, ନୂଆପଡା-ସୁବ୍ରତ ଠାକୁର, କନ୍ଧମାଳ-ଜଗନ୍ନାଥ ସାହୁ, ନବରଙ୍ଗପୁର-ଜଗଦୀଶ ବିଶୋଇ, କୋରାପୁଟ-ସୁମନ୍ତ ପ୍ରଧାନ, ମାଲକାନଗିରି-ବିଧାୟକ ଆଦିତ୍ୟ ମାଢୀ, ରାୟଗଡା-ଶିବ ପଟ୍ଟନାୟକ, ଗଜପତି-ବିଧାୟକ କେ. ନାରାୟଣ ରାଓ, ଗଞ୍ଜାମ-ବିଭୂତି ଜେନା, ଗୁମୁସର-ଗୋକୁଳାନନ୍ଦ ମଲ୍ଲିକ, ନୟାଗଡ-ଲାଲା ମନୋଜ ରାୟ, ଖୋର୍ଦ୍ଧା-ରଶ୍ମି ରଂଜନ ମହାପାତ୍ର, ପୁରୀ-ଆଶ୍ରିତ ପଟ୍ଟନାୟକ ବୋଲି ଶ୍ରୀ ରାୟ ସୂଚନା ଦେଇଛନ୍ତି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋଚିଫ ନିମାଇଁ ଚରଣ ପଣ୍ଡା