ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ସମ୍ପର୍କିତ ପ୍ରଦର୍ଶନୀ ଉଦଘାଟିତ…

ଗୋପାଳପୁର (ସମୃଦ୍ଧ ଓଡିଶା) କନିସି ସ୍ଥିତ ବାଲାଜୀ ବିଦ୍ୟାପୀଠ ପରିସରରେ ଗତକାଲି ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଓ ପ୍ରୋଜେକ୍ଟ ପ୍ରତିଯୋଗିତା ଉଦଘାଟିତ ହୋଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ଯୋଗ ଦେଇ ଚାତ୍ରଛାତ୍ରୀମାନ ନିଜ ମନଟରେ ରହିଥିବା ବିଭିନ୍ନ ସନ୍ଧେହଗୁଡି଼କ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଠାରୁ ସଦାସର୍ବଦା କହିବାକୁ ଚେଷ୍ଟା କରିବାକୁ ପ୍ରବର୍ତ୍ତାଇବା ସହ ଏହିପରି ବିଜ୍ଞାନ ପ୍ରଦର୍ଶନୀମାନଙ୍କରରେ ନିଜ ନିଜର ପ୍ରୋଜେକ୍ଟକୁ ଉପସ୍ଥାପିତ କରି । ଦେଶର ସମୃଦ୍ଧରେ ସାମିଲ ହେବାକୁ କହିଥିଲେ । ସଭା ପ୍ରାରମ୍ଭରେ ରଙ୍ଗେଇଲୁଣ୍ଡା ବ୍ଲକ ବିଇଓ ପ୍ରଭାତୀ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା କକ୍ଷା ଅଧିକାରୀ ସନାତନ ପଣ୍ଡା ଅଧ୍ୟକ୍ଷତା କରିବା ସହ ସଭା ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରଙ୍ଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷା ସିଏଚ. ଉଷାରାଣୀ କନିସି ତହସିଲଦାର ଡ଼ଃ. ଶରତ ଚନ୍ଦ୍ର ମହାପାତ୍ର, ବିଡ଼ିଓ କୁମାର ନାଗଭୂସଣ, ଏଡ଼ିଇଓ ବନିତା ସେନାପତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଓୟୁଏଟି ମସ୍ୟ ବିଜ୍ଞାନ ମହାବିଦ୍ୟାଳୟର ପ୍ରଫେସର ଡ଼ଃ. ଦାମୋଦର ଶତପଥୀ ଯୋଗଦେଇ ଛାତ୍ରଛାତ୍ରୀ ବିଜ୍ଞାନ ପ୍ରଦର୍ଶନୀ ପ୍ରତି ଆଗ୍ରହ ସୃଷ୍ଟି ହେବା ଦେଶ ଓ ସମାଜ ନିମନ୍ତେ ହିତ ସାଧନ ଦେଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏଥିସହ ଡ଼ିଏସଏସ ପନ୍ନଙ୍ଗ ଭୂଷଣ ମାଝୀଙ୍କ ପକ୍ଷରୁ ଜିଲ୍ଲାରେ ବିଦ୍ୟାଳୟ ମାନଙ୍କରେ ଅନୁଷ୍ଠିତ ବିଭିନ୍ନ ବିଜ୍ଞାନ ପ୍ରଦର୍ଶନୀ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ । ସଭା ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଶାକେତୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ଆୟୋଜିତ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀକୁ ଜିଲ୍ଲାପାଳ ବିନୟ ଅମୃତା କୁଳାଙ୍ଗେ ଉଦଘାଟନ କରିବା ସହ ପ୍ରଦର୍ଶନରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରୋଜେକ୍ଟ ବିଷୟରେ ପଚାରି ବୁଝିଥିଲେ । ଏହି ଆୟୋଜିତ ପ୍ରଦର୍ଶନୀରେ ଜିଲ୍ଲାର ୨୩ଟି ବ୍ଲକ ୯୪ଟି ପ୍ରକଳ୍ପ ସାମିଲ କରାଯାଇଥିଲା ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା