ଦିନକର ଘଟଣା ଶୁଭ ବୋଲି ଗୋଟେ ଝିଅ ଟିଏ ଥିଲା । ସତରେ ସେ ଝିଅ ଶାନ୍ତ, ସରଳ ଓ ନିରୀହ ହୃଦୟର । ଦିନେ ସେ ଝିଅଟି ରହୁଥିବା ସହରରେ ଏକ ଅଜଣା ପୁଅକୁ ହୃଦୟ ଦେଇ ବସିଲା । ଦିନ ପରେ ଦିନ ଗଡି ଚାଲେ ଶୁଭ ସହ ଥିବା ସେ ପୁଅର ଭଲ ପାଇବା ମଧ୍ୟ ବଢିଚାଲେ । ସତରେ ପୁଅଟି ଶୁଭକୁ ବହୁତ୍ ଭଲ ପାଉଥିଲା ଶୁଭ ମଧ୍ୟ ସେ ଝିଅକୁ କିନ୍ତୁ ଦୁଇ ଜଣଙ୍କ ପ୍ରେମକୁ ଘର ଲୋକ କେବେ ବି ଗ୍ରହଣ କରିନଥାନ୍ତେ । ତେଣୁ ଶୁଭ ଆଉ ସେ ପୁଅଟେ ମିଶି ଏହି ବିଷୟରେ ଚିନ୍ତିତ ରହୁଥିଲେ । ସେ ପୁଅଟି ଏଥର ଯଦି ତମ ମୋ ସହ ବିବାହ ନ କରିବ ତେବେ ମୁଁ ଟ୍ରେନ ଲାଇନରେ ମୋ ମଲା ଶରୀର ପାଇବ ବୋଲିକହିବା ପରେ ଝିଅଟି ଡରିଯାଇ ପୁଅର କଥାରେ ରାଜି ହୋଇ ଯାଏ ଓ ସେ ଝିଅଟି ବହୁତ୍ ଭଲ ପାଇଥିଲା ତେଣୁ ସେ ନିଜର ସବୁ ତ୍ୟାଗ କରି ସେ ପିଲାକୁ ବିବାହ କଲା । ବାପା ମା ଭାଇ ଝିଅର ଆଉ କେହି ତା ସହ କଥା ହେଲେ ନାହିଁ । ଏମିତି ଭାବେ ଶୁଭ ନିଜ ଶାଶୁ ଘରେ ଥାଏ । କେବେ କେବେ ତାର ନିଜ ବାପା ମା ଭାଇ ମାନଙ୍କ କଥା ମନେ ପଡେ । ସେ କାନ୍ଦେ ଆଉ ତାକୁ ସେ ପିଲାଟି ବୁଝେଇଦିଏ କି ତୁ କନ୍ଦେନି କାରଣ ତୋ କାନ୍ଦ ମୋତେ ଦୁର୍ବଳତା କରିପକାଏ । ତା ଶାଶୁ ଭି ଅନେକ ସମୟରେ ତାକୁ ଯନ୍ତ୍ରଣା କଥା କହି ଦେଲେ ସେ ପୁଣି କାନ୍ଦେ । ଆଉ ସେ ଭାବେ କଣ କରିବି ସେହିପରି ଭାବେ ଦିନ ବିତି ଚାଲେ । ସେ ଅପେକ୍ଷା କରିଥିଲା ଯେ କେବେ ତାର ଘରଲୋକ ତାକୁ ନିଜର କରିନେବେ ସତରେ ସେ ଭାବନା ତାର ଦିନେ ସତ ହେଲା । ତାର ବାପା ମା ତାକୁ ନିଜର କରିନେଲେ ଆଉ ତାର ପଢା ଶେଷ ହୋଇନଥିବାରୁ ସେ ପଢା ଜାରିରଖେ ଆଉ ତାର ପଢା ଶେଷ ହେଇଯାଏ । ଦୁଃଖ ଯନ୍ତ୍ରଣା ଉପଶମ ନିମନ୍ତେ ସେ ସଦା ସର୍ବଦା ଲାଗି ରହିଥାଏ । ଦୁନିଆରେ ସେ ଦୁଃଖ ସମୟରେ ବାସ ଜଣେ ଯେ କି ତାର ସ୍ବାମୀ ତାକୁ ବୁଝାନ୍ତି କି ସବୁ ଠିକ୍ ହୋଇଯିବ ସେ ତାଙ୍କୁ ଆଲିଙ୍ଗନ କରି ପ୍ରବଳ କାନ୍ଦେ । ତାର ଲେଖା ଲେଖି ଦୁନିଆରେ ଜଣେ ବଡ଼ ଭାଇ ଶୁଭକୁ ମିଳିଥାନ୍ତି । ତାର ପ୍ରିୟ ଭାଇ ସେ ଯେତେବେଳେ ଘର ଛାଡି ବିବାହ କରେ ସେ ରାଗି ତାକୁ ଲେଖା ଦୁନିଆରୁ ବାଦ୍ ଦିଆଗଲା ବୋଲି କହନ୍ତି । ଏହା ଶୁଣି ଶୁଭ ଭାବେ କି କଣ ହୋଇଗଲା ଯେ ମୋ ଲେଖାକୁ ମୋତେ ତ୍ୟାଗ କରିବାକୁ ପଡିଲା । ସେ ସଦା ବେଳେ ତାର ଲେଖାକୁ ମିସ୍ କରେ । କିନ୍ତୁ କିଛି କରିପାରିନାହିଁ । ସମୟ କ୍ରମରେ ପୁଣି ତାକୁ ସେ ଲେଖାର ଦୁନିଆ ମିଳେ । ତାକୁ ପାଇ ସତେ ଯେପରି ତାର ଜୀବନ ମିଳିଗଲା । ସେ ସବୁ କିଛି ସମ୍ଭବ ଥିଲା କେବେଳ ତାର ବଡ଼ ଭାଇଙ୍କ ପାଇଁ । ସତରେ କିଛି ଦିନ ପରେ ମୋ ଭାଇ କୁହନ୍ତି ଜାଣିଛୁ ତୁ ସତରେ ଅଲଗା ଏତେ ଝିଅ ଦେଖିଲି କିନ୍ତୁ ତୁ ଅଲଗା ତୁ ଅଲଗା ମୁଁ ମଧ୍ୟ ଖୁସି ଥିଲି ଯା ହୋଉ ମୋ ଭାଇ ମୋତେ କୋଳେଇ ନେଇଛି । ତେଣୁ ସେହିଦିନଠାରୁ ପୁଣି ସେହି ଭାଇ ଭଉଣୀର ପବିତ୍ର ସମ୍ପର୍କରେ ବାନ୍ଧି ହୋଇଗଲେ ପୁଣି ଦୁଇଜଣ ।
ଅନିତା ବିଶ୍ଵାଳ
ସୁନ୍ଦରଗଡ଼