ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ମହାମାରୀରେ ଦେଶରେ ଜୀବନ ଜୀବିକା ବିପର୍ଯ୍ୟସ୍ତ ହୋଇଥିବା ବେଳେ ଏହାର ସୁଯୋଗ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଜନବିରୋଧି ଅଧ୍ୟାଦେଶ ଓ ଆଇନ୍କୁ ସିଆଇଟିୟୁ, କୃଷକ ସଭା ଓ କ୍ଷେତମୁଲିଆ ସଂଗଠନ ପକ୍ଷରୁ ସର୍ବଭାରତୀୟ ସ୍ତରରେ ପ୍ରତିବାଦ ଦିବସ ପାଳନ କରାଯାଉଥିବାରୁ ଆଜି ଜଳେଶ୍ୱରର ବିଭିନ୍ନ ସ୍ଥାନରେ ଏହା ଅନୁଷ୍ଠିତ ହୋଇଛି । ଶ୍ରମ ଆଇନ୍ ଉଚ୍ଛେଦ, ଜାତୀୟ ସମ୍ପତିକୁ ଘରୋଇ କରଣ, ବ୍ୟାଙ୍କ ମିଶ୍ରଣ, ଠିକା ଶ୍ରମିକ ଉଚ୍ଛେଦ, କୃଷି ବିରୋଧି ଅଧ୍ୟାଦେଶ ବିରୋଧରେ ଆଜି ଜଳେଶ୍ୱର, ଚୁଡାମଣିପୁର, ଡେମୁରିଆ, ବାଇଗଣବାଡିଆ, ନାମ୍ପୋ, ସୁଗୋ, ରାଜପୁର, ଅଗ୍ରୱଲାଛକ, ରାୟାଁରାମଚନ୍ଦ୍ରପୁର, ପଂଚିଘଣ୍ଟା ଓ ଗୋପୀମୋନପୁର ଠାରେ ୧୫ଦଫା ଦାବିରେ ପ୍ରତିବାଦ ଓ ବିକ୍ଷୋଭ ଅନୁଷ୍ଠିତ ହୋଇ ଯାଇଛି । ସବୁ ପରିବାରକୁ ୭୫୦୦ଟଙ୍କା ୬ମାସ ପର୍ଯ୍ୟନ୍ତ ଦେବା, ମୁଣ୍ଡପିଛା ୧୦କେଜି ଚାଉଳ ୬ମାସ ପର୍ଯ୍ୟନ୍ତ ଦେବା, ରାଜ୍ୟ ସରକାରଙ୍କ ନିଯୁକ୍ତିବନ୍ଦକୁ ବାତିଲ କରିବା, ଠିକା କର୍ମଚାରୀଙ୍କୁ ଛଟେଇ ବନ୍ଦ କରିବା, ମନୋରେଗା କାର୍ଯ୍ୟକ୍ରମରେ ଦୈନିକ୬ଶହ ଟଙ୍କା ୨ଶହ ଦିନର କାର୍ଯ୍ୟଦେବା ଇତ୍ୟାଦି ନେଇ ଆସନ୍ତା ୯ ତାରିଖରେ ଦେଶବ୍ୟାପି ଆନ୍ଦୋଳନ ହେବ ବୋଲି ଚେତାବନି ଦେଇଛନ୍ତି । ସଂପାଦକ ଦିଲ୍ଲିପ କୁମାର ଗିରି, ଶିଶିର ହୁଇ, ଜିତାଂଶୁ ନନ୍ଦି, ଦିପ୍ତିମାନ ଆଚାର୍ଯ୍ୟ, ତାପସୀ ପ୍ରହରାଜ, ଦିଲ୍ଲିପ ପରିଡା, ଜୀବନ ପରିଡା, ପଲ୍ଟୁ ଦାସ, ସେକ୍ ଅବଦୁଲ ସାଦ୍ଦିକ, ରତନ ଦାସ, ରବିନ୍ଦ୍ର ବାରିକ, ଯତିନ୍ ଜେନା, ବସନ୍ତ ପ୍ରଧାନ, ଲକ୍ଷ୍ମିଧର ପଲେଇ, ଚୈତନ୍ୟ ଅଣ୍ଡିଆ, ଅସିମ ବେହେରା, ରାମଚନ୍ଦ୍ର ଦେ, ନିର୍ମଳ ପରିଡା ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା