

ଶେରଗଡ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲା ସମାଜ ମଙ୍ଗଳ ଅଧିକାରୀ ଜିଲା ତିନୋଟି ଏସ୍ ହେଚ ଜି ମାନଙ୍କ ଠାରୁ ଅଣ୍ଡା କିଣି ଅଙ୍ଗନୱାଡି ହିତାଧିକାରୀଙ୍କୁ ବଣ୍ଟନ କରିବାକୁ ଆଦେଶ ଦେଇଥିବାରୁ ଅଙ୍ଗନୱାଡି କର୍ମୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ଜଣାପଡିଛି । ଏହାସହ ଏହି ଆଦେଶକୁ ତୁରନ୍ତ ପ୍ରତ୍ୟାହାର ନ କଲେ ଆସନ୍ତା ଜୁନ ପହିଲା ଠାରୁ ଗଞ୍ଜାମ ଜିଲ୍ଲାରେ ଅଙ୍ଗନବାଡି କର୍ମୀମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ଆଜି ଶେରଗଡ ତହସିଲଦାର, ବିଡିଓ ଏବଂ ସିଡିପିଓଙ୍କୁ ବ୍ଳକ ସଭାନେତ୍ରୀ ରଞ୍ଜିତା ରଥ ଓ ସଂପାଦିକା ଭାରତୀ କୁମାରୀ ଆଚାରୀ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲାପାଳ, ଡିଏସଡବ୍ଲୁଓ ଏବଂ ଭଞ୍ଜନଗର ଉପଜିଲାପାଳଙ୍କୁ ମଧ୍ୟ ଅନୁରୂପ ଦାବି ପତ୍ର ‘ଅଲ ଓଡିଶା ଅଙ୍ଗନବାଡି ଲେଡିସ ୱାର୍କରସ ଏସୋସିଏସନ’ ରାଜ୍ୟ ସମ୍ପାଦିକା ଅମିତା ସାହୁ, ଗଞ୍ଜାମ ଜିଲ୍ଲା ସଭାନେତ୍ରୀ ରଞ୍ଜିତା ରଥ ଓ ସଂପାଦିକା ମଞ୍ଜୁବାଳା ପାଣିଗ୍ରାହି ସାକ୍ଷାତ କରି ଦାବିପତ୍ର ଦେଇଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
