ଭଞ୍ଜନଗର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ କରୋନା ରୋଗୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଚଳିତ ମାସର ସାପ୍ତାହିକ ସଟ୍ଡାଉନ୍ ୧୧ଟି ଜିଲ୍ଲାକୁ ଘୋଷଣା କରାଯାଇଥିଲା ଏଥିମଧ୍ୟରେ ଗଞ୍ଜାମ ଜିଲ୍ଲା ମଧ୍ୟ ରହିଛି । ଶନିବାର ଓ ରବିବାର ଦୁଇଦିନ ସଟ୍ଡାଉନ୍ ପରେ ଗଞ୍ଜାମ ଜିଲ୍ଲାରେ ଏବେ ନୂତନ ନିୟମ ଲାଗୁ ହୋଇଛି । ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଗଞ୍ଜାମ ଜିଲ୍ଲାକୁ ଜୁନ ୩୦ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା ହୋଇଛି । ପୂର୍ବ ଭଳି ସକାଳ ୭ ଘଟିକାରୁ ଦିନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶକୀୟ ଦୋକାନ ବଜାର ଖୋଲା ରହିବା ପାଇଁ ନିର୍ଦେଶ ଜାରି ହୋଇଛି । ପନିପରିବା, ଖିର, ପାଉଁରୁଟି, ଔଷଧ ଦୋକାନ, ମାଛ ଓ ମାଂସ ଦୋକାନ, ରାସନ ସାମଗ୍ରୀ ଦୋକାନ ଆଦି ସବୁ ଖୋଲା ରହିବ । ସେହିପରି କୌଣସି ଅତି ଜରୁରୀ ନଥିଲେ ଯାନବାହାନ ମଧ୍ୟ ଯାତାୟାତ କରିପାରିବେ ନାହିଁ ବୋଲି ନିର୍ଦେଶ ରହିଛି । ବିବାହ କାର୍ଯ୍ୟ ଉପରରେ ଗଂଜାମ ଜିଲ୍ଲାରେ ରୋକ ଲାଗିଛି, କୌଣସି ଧାର୍ମିକ ଅନୁଷ୍ଠାନ କିମ୍ବା ସଭା ସମିତି ହୋଇପାରିବ ନାହିଁ । ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ୨୦ ଜଣ ଲୋକ ହିଁ ସ୍ମସାନକୁ ଯାଇ ଶବ ଦାହ କରିପାରିବେ । ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଅଧକ୍ଷତାରେ ଏକ ବୈଠକ ହୋଇଛି । ଲକ୍ଡାଉନ୍ ପାଇଁ ହୋଇଥିବା ସବୁ ନିୟମକୁ ଯିଏ ନମାନିବ ଖିଲାପକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ କୁହାଯାଇଛି । ଆଜିର ଏହି ବୈଠକରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ତହସିଲଦାର ଆଲୋକ କୁମାର ପ୍ରଧାନ, ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର, ଥାନାଧିକାରୀ ସୁଦୀପ୍ତ କୁମାର ସାହୁ, ଏନଏସି କ୍ଲାର୍ଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ଉପବିଭାଗୀୟ ପଂଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ – ନିଲୁ ବିଷୋୟୀ