

କଟକ (ସମୃଦ୍ଧ ଓଡିଶା) କରୋନା ଭୁତାଣୁକୁ ନାଶ କରିବାକୁ ସମସ୍ତ ଜାଗାକୁ ବିଶୋଧନ କରାଯାଉଛି । ଏହି ପରିପେକ୍ଷିରେ ଆଜି କଟକର ଲାଲବାଗ ଥାନା ଅନ୍ତର୍ଗତ ମହିଦାସ ବଜାରର ଯୁବକମାନଙ୍କ ଦ୍ୱାରା ୧୩ ନମ୍ବର ୱାର୍ଡ ଅନ୍ତର୍ଗତ ମହିଦାସ ବଜାର, ମେହେନ୍ଦିପିର, ବୁଢ଼ିଠାକୁରାଣୀ, କାଳିଗଳି, କାଜି ବଜାରକୁ ସମ୍ପୂର୍ଣ ବିଶୋଧନ କରାଯାଇଛି । ପ୍ରାୟ ୬ ଘଣ୍ଟା ଧରି ଏହି ବିଶୋଧନ କାର୍ଯ୍ୟ ଚାଲିଥିଲା । ଏହି କାର୍ଯ୍ୟକ୍ରମରେ ଜୟଶଙ୍କର ଫ୍ରେଣ୍ଡସ କ୍ଲବର ସଭାପତି ଚିତ୍ତ ସେଠୀ, ସମ୍ପାଦକ ପ୍ରମୋଦ ଜୀ, କୋଷାଧକ୍ଷ ପ୍ରଦୀପ ସେଠୀ, ଉପଦେଷ୍ଟା କିଶୋର ସେଠୀଙ୍କ ସମେତ ସୁଦୀପ୍ତ ସ୍ୱାଇଁ, ଦୁର୍ଗା ସେଠୀ, ହେମନ୍ତ ସେଠୀ, ଦେବେନ୍ଦ୍ର ଜୀ, ପ୍ରକାଶ ସେଠୀ, ଭୋଳାନାଥ ସେଠୀ, ସୁନୀଲ ଦାସ, ଟୁକୁନା ସେଠୀ, ସୁବାସ ସେଠୀ, ବାସୁଦେବ ସେଠୀ, ବାପି, ଲାଣ୍ଡୁ, ଲିପୁ, ଦିପୁନା, ନିଲୁଆ, ନିକି, ୟୁସୁଫ, ୱାରିସ, କାଳିଆ, ପପୁ, ଆଦି ସହଯୋଗ କରିଥିଲେ । ଯୁବକମାନଙ୍କ ପକ୍ଷରୁ କରୋନାକୁ ପ୍ରତିହତ କରିବା ପାଇଁ ନିଜ ନିଜ ଘରେ ରହି ନିଜ ପରିବାରକୁ ସୁରକ୍ଷା ଦେବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ଲୋକମାନଙ୍କୁ ନିବେଦନ କରାଯାଇଛି ।
ରିପୋର୍ଟ : ଅକ୍ଷୟ ପଟ୍ଟନାୟକ
