ଜଳେଶ୍ୱର (ସମୃଦ୍ଧ ଓଡିଶା) ବାତ୍ୟା ଜୱାଦର ଭୟ ଚାଷୀଙକ ମନରୁ ଦୂରେଇ ଯାଇଛି । ଗତ ୩ ଦିନ ଧରି ଲାଗି ରହିଥିବା ବର୍ଷା ଆଜି ନ ଥିଲେ ବି କୋହଲା ପାଗ ଚାଷୀଙ୍କ ମନକୁ ଭାରାକ୍ରାନ୍ତ କରିଛି । ଏବେବି ହଜାର ହଜାର ହେକ୍ଟର ଜମି ର ଧାନଚାଷ କଟାଯାଇ ପାରିନଥିବା ବେଳେ ୨୧୫୫୬ ହେକ୍ଟର ଜମିର ଚାଷ କଟା ଯାଇ ପାରି ନ ଥିବାରୁ ଜଳେଶ୍ୱର କୃଷିଜିଲା ଅଧିକାରୀ ଚନ୍ଦ୍ର ସେଖର ପାଢି ସାମ୍ବାଦିକଙ୍କ ପ୍ରଶ୍ନ ଉତ୍ତରରେ କହିଛନ୍ତି । କୃଷି ବିଭାଗର ତଥ୍ୟରୁ ପ୍ରକାଶ ଚଳିତବର୍ଷ ଜଳେଶ୍ୱର ବ୍ଲକରେ ୨୦୦୫୫ ହେକ୍ଟର ଜମିରେ ଧାନଚାଷ ହୋଇଥିବା ବେଳେ ବାତ୍ୟ ଜୱାଦ ଆସିବା ପୂର୍ବରୁ ୧୬୭୩୪ ହେକ୍ଟର ଜମିର ଧାନ କଟା ଓ ବୁହା ସରିଥିଲା । ବର୍ଷା ହେଲା ବେଳକୁ ୩୨୨୧ ହେକ୍ଟର ଜମିର ଧାନ କଟା ଯାଇନଥିବା ବେଳେ ବର୍ଷା ଯାଗୁଁ ସେଗୁଡିକ ମାଟିରେ ଲୋଟୁଛି । କିନ୍ତୁ ୨୧୯୭ ହେକ୍ଟର ଜମିର ଧାନ ମାଟିରେ ଲୋଟୁଥିବା ଯୋଗୁଁ ତା ଉପରେ ପାଣିର ସୁଅ ଛୁଟୁଛି । ବାଲିଆପାଳ ବ୍ଲକର ୧୫୪୫୬ ହେକ୍ଟର ଜମି ଧାନ ଚାଷ ହାଇଥିବା ବେଳେ ବାତ୍ୟା ପୂର୍ବରୁ ୮୨୦୮ ହେକ୍ଟର ଜମିର ଧାନ କଟା ସରିଥିଲା । ବର୍ଷାଯୋଗୁଁ ୭୨୪୮ ହେକ୍ଟର ଜମି କଟା ଓ ବୁହା ଯାଇ ପାରିନଥିଲା । ଏହି ବ୍ଳକର ୨୩୪୦ ହେକ୍ଟର ଜମିର ଧାନ ଗଛ ପାଣିରେ ଭାଷୁଥିବା ଶ୍ରୀ ପାଢି କହିଛନ୍ତି । ସେହିପରି ଭୋଗରାଇ ବ୍ଳକର ୧୫୮୩୭ ହେକ୍ଟର ଜମିରେ ଖରିଖବ ଧାନ ଚାଷ ହୋଇଥିବା ବେଳେ ବର୍ଷା ବେଳକୁ ୪୭୫୦ ହେକ୍ଟର ଜମିର ଧାନ କଟା ବୁହା ସରିଥିଲା । କିନ୍ତୁ ୧୧୦୮୭ ହେକ୍ଟର ଜମିର ଧାନ କଟା ଯାଇ ପାରି ନଥିବା ବେଳେ ୧୫୦ ହେକ୍ଟର ଜମି ଉପରେ ପାଣିର ସୁଅ ଛୁଟୁଛି । ମୋଟ ୨୧୫୫୬ ହେକ୍ଟର ଜମି ଧାନ ଚାଷ ବାତ୍ୟ ବେଳେକୁ କଟା ହୋଇ ପାରିନଥିବା ବେଳ ୪୬୦୯ ହେକ୍ଟର ଜମିର ଚାଷ ଏବେବି ପାଣି ଭିତରେ ପଡି ରହିଛି । ପରିସ୍ଥିତିକୁ ଲକ୍ଷ୍ୟ କରି ଏହାର ତଦନ୍ତ ହେବା ସହିତ ଗରିବ ଚାଷୀ ମାନଙ୍କୁ କ୍ଷତିପୂରଣ ଦେବା ଓ ଆଗାମୀ ଦିନରେ ଚାଷ ଲାଗି ରିହାତି ଦରରେ ବିହନ, ସାର, କୀଟମରା ଔଷଧ ଯୋଗାଇ ଦେବାକୁ ଦାବି ହୋଇଛି ।
ରିପୋର୍ଟ : ଭୂପତି ପରିଡା