ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଝାଡପିପଳ ଗ୍ରାମ ପଞ୍ଚାୟତର ୩ନଂ ଅଙ୍ଗନବାଡି ଗୃହ ଅଧାପନ୍ତରିଆ ଭାବରେ ଦୀର୍ଘ ଦିନରୁ ପଡିରହିଛି । ଜଳେଶ୍ୱର ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ୫/ ଟଙ୍କା ବ୍ୟୟ ଅଟକଳରେ ଏହି ଗୃହର ନିର୍ମାଣ ପାଇଁ କାର୍ଯ୍ୟା ଦେଶ ଦିଆ ଯାଇଥିବା ବେଳେ ଅଦ୍ୟାବଧି ତାହା ଅସମ୍ପୂର୍ଣ୍ଣ ରହିଛି । ଏହି ଗୃହ ନିର୍ମାଣ ପାଇଁ ଟେଣ୍ଡର କରା ନ ଯାଇକାହା ସ୍ୱାର୍ଥରେ ଜଳେଶ୍ୱର ବ୍ଲକ ପ୍ରଶାସନ ନାମରେ କାର୍ଯ୍ୟାଦେଶ ଦିଆଯାଇଛି । ସେ ସମ୍ପର୍କରେ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଅଙ୍ଗନବାଡି କେନ୍ଦ୍ର ରେ ମୋଟ ୨୫ଜଣ ପିଲା ପଢୁଥିବା ବେଳେ ଖରା, ଶୀତ ଓ ବର୍ଷା ମଧ୍ୟରେ ଛୋଟ ଛୋଟ କୋମଳମତି ପିଲାମାନେ ସେହି ଗୃହରେ ପାଠ ପଢିବା ପାଇଁ ବାଧ୍ୟ ହେଉଛନ୍ତି । ଅସଂପୂର୍ଣ୍ଣ ଅଙ୍ଗନବାଡି ଗୃହମଧ୍ୟରେ ବାଲି ବିଛା ଯାଇଥିବାରୁ ପିଲାମାନେ ବାଲିମିଶା ଖାଦ୍ୟ ଖାଉଛନ୍ତି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଏହି କେନ୍ଦ୍ରକୁ ଯିବା ପାଇଁ କୈାଣସୀ ରାସ୍ତା ନ ଥିବାରୁ ବର୍ଷା ଦିନରେ ଆଣ୍ଠୁଏ ପାଣିରେ ପିଲାମାନେ ବହୁ କଷ୍ଟରେ ଆସୁଥିବାରୁ ତୁରନ୍ତ ଗୃହ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଅଭିଭାବକମାନେ ଦାବୀ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା