

ବ୍ରହ୍ମପୁର (ସମୃଦ୍ଧ ଓଡିଶା )କରୋନା କଟକଣା ମଧ୍ୟରେ ଦେଶରେ ପାଳିତ ହେଲା ସ୍ଵାଧୀନତା ଦିବସ । ଏହି ଅବସରରେ ବ୍ରହ୍ମପୁର ସହରସ୍ଥିତ ଟିଏନଟି ଶିକ୍ଷାନୁଷ୍ଠାନ ପରିସରରେ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଶିକ୍ଷାନୁଷ୍ଠାନର ମୁଖ୍ୟ ଅଜୟ କୁମାର ଦ୍ୱିବେଦୀ ପତାକା ଉତ୍ତୋଳନ କରିବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ ବଳରେ ଆମ ଦେଶ କିପରି ସ୍ୱାଧୀନ ଲାଭ କରିଥିଲା ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାସହ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଭାଷଣ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ କରାଯାଇ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଟିଏନଟି ଶିକ୍ଷାନୁଷ୍ଠାନର ଡାଇରେକ୍ଟର ତୁଳସା ଦ୍ୱିବେଦୀ, ସୌରଭ ସାବତ, ଟି. ଶୀବାନୀ ରେଡ୍ଡୀ, ରାଜଲକ୍ଷ୍ମୀ ଗୌଡ, ଶ୍ରାବଣୀ ନାୟକ, ସୁଶାନ୍ତ ମହାରଣା, ୭- ଟାଇଗରସ୍ ଟିମ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷାର୍ଥୀମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲାପ୍ରତିନିଧି ନିମାଇଁ ଚରଣ ପଣ୍ଡା

