ଟିପିଏନ୍‌ଓଏଲର ଜିଲାସ୍ତରୀୟ ଆଜାଦୀର ଅମୃତ ମହୋତ୍ସବ ଉଦ୍‌ଘାଟିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦେଶ ସ୍ୱାଧିନତାର ୭୫ବର୍ଷକୁ ଆଜିଦୀର ଅମୃତ ମହୋତ୍ସବଭାବେ ପାଳନ କରାଯାଉଛି । ଏହି ଉପଲକ୍ଷେ ରାଷ୍ଟ୍ରିୟ ଶକ୍ତି ମନ୍ତ୍ରଳାୟ ଓ ରାଜ୍ୟ ସରକାର ମିଳିତ ଉଦ୍ୟମରେ ବିଭିନ୍ନ ସ୍ଥାନରେ ବିଦ୍ୟୁତିକରଣର ବିକାଶ କରାଯାଉଛି । ଆଜି ବାଲେଶ୍ୱର ଜିଲାର ଜଳେଶ୍ୱରଠାରେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ନିରବଛିନ୍ନ ବିଦ୍ୟୁତ୍ ସେବା ଏକାନ୍ତ ଆବଶ୍ୟକ ଓ ଏହା ପ୍ରତ୍ୟେକ ନାଗରିକଙ୍କର ଅଧିକାର । ବଞ୍ଚିବା ସହିତ ଆଶା, ଭରସ ଓ ସ୍ୱପ୍ନର ବିକାଶ ଲାଗି ବିଦ୍ୟୁତ୍ ଏକାନ୍ତ ଅପରିହାର୍ଯ୍ୟ ବୋଲି ପ୍ରକାଶ କରି ଏଥିପାଇଁ ସମସ୍ତଙ୍କର ସହାୟତା ଲୋଡିଥିଲେ । ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ସାସ୍ୱତ ଭୂୟାଁଙ୍କ ସଂଚାଳନାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥିଭାବେ ଜଳେଶ୍ୱର ବ୍ଲକ ଅଧ୍ୟକ୍ଷ ମାନସ ଜେନା ଯୋଗଦେଇ ଜୀବନଚର୍ଯ୍ୟାରେ ବିଜୁଳି ଏକାନ୍ତ ଆବଶ୍ୟକ । ବିଦ୍ୟୁତ୍‌ବିନା ଆବାଳ ବୃଦ୍ଧ ବନିତାଙ୍କ ଜୀବନଚର୍ଯ୍ୟା ଅସମ୍ଭବ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମନ୍ନୟ ରକ୍ଷା କରି ବିଦ୍ୟୁତ୍ ବିକାଶ ଘଟିଚାଲିଛି ଓ ଓଡିଶା ଦେଶରେ ସର୍ବପ୍ରଥମେ ସଂସ୍କାର ଆଣି ସଫଳତା ପାଇଛି । ୨୦୩୦ ମସିହା ବେଳକୁ ଭାରତ ଏକ ବିଦ୍ୟୁତ୍ ବଳକା ରାଷ୍ଟ୍ର ହେବାକୁ ଯାଉଥିବା ବେଳେ ଓଡିଶା ସରକାର ୧୮ ହଜାର କୋଟି ଟଙ୍କା ବିଦ୍ୟୁତ୍ ବିକାଶ ଲାଗି ଖର୍ଚ୍ଚ ହେବ ବୋଲି କହିଛନ୍ତି । ମୁଖ୍ୟବକ୍ତା ଭାବେ ପୌର ଅଧ୍ୟକ୍ଷ ପ୍ରତୀପ କୁମାର ପ୍ରଧାନ ସ୍ୱାଧିନତାର ୭୫ବର୍ଷରେ ଦେଶର ପ୍ରଗତି ଘଟିଥିଲେ ମଧ୍ୟ ବିଦ୍ୟୁତ୍ ଯୋଗୁଁ ଏହା ତ୍ୱାରାନ୍ନିତ ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ୟତମ ବିନ୍ଧାଣୀ ବୋଲି ପ୍ରକାଶ କରିଥିଲେ । ବାଲେଶ୍ୱର ଜିଲାରେ ଜଳେଶ୍ୱର ବିଦ୍ୟୁତ୍ ବିକାଶରେ ସର୍ବଶ୍ରେଷ୍ଠ ଅଞ୍ଚଳ ବୋଲି ପ୍ରକାଶ କରି ଆଇପିଡିଏସ୍ ଯୋଜନାରେ ସହରାଞ୍ଚଳର ବିକାଶ ହୋଇ ପାରିଛି । ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରଯୁକ୍ତି ବିଦ୍ୟ ଓ ଗମନାଗମନରେ ବିଦ୍ୟୁତ୍ ଅଙ୍ଗାଗିଭାବେ ଜଡିତ ବୋଲି ପ୍ରକାଶ କରି ଆଗାମୀ ଦିନରେ ଅଣ୍ଡଗ୍ରାଉଣ୍ଡ କେବଲିଂ କରାଯିବା ଆବଶ୍ୟକ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନ୍ୟତମ ଅଧିକ୍ଷଣ ଯନ୍ତ୍ରୀ ଟିପିଓଏନ୍‌ଡିଏଲ୍ ଇଂ ସିଦ୍ଧାର୍ଥ ଶଙ୍କର ରାୟ, ବରିଷ୍ଠ ପରିଚାଳକ ପାୱାର ଗ୍ରୀଡ ଇଂ ସୋମନାଥ ନାୟକ, ବରିଷ୍ଠ ପରିଚାଳକ ଓପିଟିସିଏଲ୍ ଇଂ ରାଜକିଶୋର ପରିଡା, ମୁଖ୍ୟ ପରିଚାଳକ ପାୱାର ଗ୍ରାଡ ଇଂ ଏମ୍‌.ଏନ୍ ଦତ୍ତ, ଡିଜିଏମ୍ ଓପିଟିସିଏଲ ଇଂ ମନୋଜ କୁମାର ମହାପାତ୍ର, ଜଳେଶ୍ୱର ନିର୍ବାହୀ ଯନ୍ତ୍ରୀ ସମୌରଂଜନ ନାୟକ ମଂଚରେ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ ।

ରିପୋର୍ଟ : ଭୂପତି ପରିଡା