
ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍ତର ଓଡିଶାର ଉପାନ୍ତ ଜଳେଶ୍ୱର ଷ୍ଟେସନରେ ଯାତ୍ରୀମାନଙ୍କ ଠାରୁ ବାରମ୍ବାର ଚିନ୍ତାଇ, ଲୁଟ, ଚୋରୀ ଇତ୍ୟାଦି ବଢୁଥିବାରୁ ଯାତ୍ରୀମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ରେଳ ମାଧ୍ୟମରେ ଏହି ଷ୍ଟେସନ ଦେଇ ବହୁ ନିଶାକାରବାର ମଧ୍ୟ ବୃଦ୍ଧିପାଇଛି । ଆଜି ରବିବାର ସେପରି ଏକ ଘଟଣା ଜଳେଶ୍ୱର ଷ୍ଟେସନରେ ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଗତ ଶନିବାର ରାତିରେ ଦୂର କୋଲକତାରେ ଚାକିରି କରୁଥିବା ନାମ୍ପୋ ଗାଁର ସମ୍ବିତ କୁମାର ମହାପାତ୍ର ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ରେ ଆସିଥିଲେ । ସେ ଜଳେଶ୍ୱର ମ୍ୟୁନିସିପାଲ୍ଟିର ପଥରପୁରା ମୌଜାରେ ଭଡାଘରେ ରହୁଥିବା ବେଳେ ରାତ୍ରିରେ ଷ୍ଟେସନରୁ ଓହ୍ଲାଇ ଚାଲିଚାଲି ଯାଉଥିବା ବେଳେ ଜଣେ ଦୁର୍ବୁତ୍ତ ତା ମୁଣ୍ଡରେ ପଥରେ ଶକ୍ତ ଆଘାତ କରି ତା ନିକଟରୁ କିଛି ଟଙ୍କା ନେଇ ଚମ୍ପଟ ମାରିବାପରେ ସମ୍ବିତ ରକ୍ତାତ ଅବସ୍ଥାରେ ଚିତ୍କାର କରି ତା ପଛରେ ଦୌଡିଥିଲା । ଷ୍ଟେସନରେ ଅଳ୍ପ ସଂଖ୍ୟକ ଲୋକ ଥିବା ବେଳେ ଆର୍ପତଏଫ ଦୁବୁର୍ତ୍ତ ଧରିବାରେ ସକ୍ଷମ ହୋଇଥିଲା । ତାକୁ ଅଟକ ରଖି ଆହତ ସମ୍ବିତ କୁ ପ୍ରଥମେ ଜିକେ ଭଟ୍ଟର ହସ୍ପିଟାଲ ଓ ପରେ ବାଲେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ଅନ୍ୟପକ୍ଷରେ ଲୁଟେରା ମାଳଗଡିଆ ଗାଁର ଦେବବ୍ରତ ବେହେରା (୩୨) କୁ ଆରପିଏଫକୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ମାମଲା ନେଇ ଏବେ ଜଳେଶ୍ୱର ଜିଆର୍ପି, ଥାନା ପୋଲିସ୍ ଛକାପଞ୍ଛା ନେଇ ସାଧାରଣରେ ଚାଞ୍ଚଲ୍ୟ ସୃଷ୍ଟି ପାଇଛି । ଅନ୍ୟପକ୍ଷରେ ସମ୍ବିତ ସହିତ ଦେବବ୍ରତର ପରକୀୟାପ୍ରିତା ରହିଥିବା କୁହାଯାଉଛି ।
ରିପୋର୍ଟ : ଭୂପତି କୁମାର ପରିଡା