

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ମହକୁମା ପୋଡା ପଦର ନିକଟରେ ଟ୍ରାକ୍ଟରରୁ ଖସି ପଡି କାଶୀନାଥ ମହାରଣା ନାମକ ଯୁବକ ମୃତ୍ୟୁବରଣ କରିଥିବା ଖବର ମିଳିଛି । ଆଜି ସକାଳେ ଛତ୍ରପୁରରୁ ପୋଡାପଦର ଦେଇ ଏକ ଟ୍ରାକ୍ଟର ଯାଉଥିବା ବେଳେ ପୋଡା ପଦରଠାରେ ଏକ ବାଟୋଇ ଲିପ୍ଟ ମାଗିଥିଲେ । ସେ ସେଥିରେ ଅନ୍ୟ ମନସ୍କ ହୋଇ ଗାଡିରୁ ଖସି ପଡ଼ିଥିଲେ ବୋଲି କୁହାଯାଉଛି । ଗାଡ଼ିରୁ ଖସି ପଛ ଚକା ତଳେ ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି ସୂଚନା ମିଳିଛି । ତତକ୍ଷଣାତ ତାଙ୍କୁ ଘଟଣାସ୍ଥଳରୁ ଛତ୍ରପୁର ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ । ଶ୍ରମିକର ଶ୍ରମ ନିୟମ ପ୍ରକାରେ କ୍ଷତିପୂରଣ ଦାବୀ ହୋଇଛି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା