

ଜଳେଶ୍ୱର (ସମୃଦ୍ଧ ଓଡିଶା) ଏବେ ପ୍ରତିକୂଳ ପାଗରେ ଧାନ ଅମଳ ହେଉଥିବାରୁ ବିଭିନ୍ନ ସ୍ଥାନରେ ଧାନପିଟା ମେସିନ୍ଦ୍ୱାରା ଧାନ ଅମଳ ହେଉଛି । ଏପରି ଅମଳ ହେଉଥିବା ବେଳେ ରାଇବଣିଆ ଥାନାର ବଡ ହଳଦୀଗୁଣ୍ଡି ଗ୍ରାମରେ ଏକ ଟ୍ରାକ୍ଟରରେ ଥିବା ଧାନପିଟା ମେସିନଟି ଖସିପଡିବାରୁ ତଳେ ଠିଆ ହୋଇଥିବା ୨ଜଣଙ୍କର ଘଟଣାସ୍ଥରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ବାଲେଶ୍ୱର ସହଦର ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଏବେ ଝିପିଝିପି ବର୍ଷା ଲାଗି ରହିଥିବାରୁୂ ଖଳାରେ ପଡିଥିବା ଧାନଗଦାରୁ ଧାନ ଅମଳ କରିବା ପାଇଁ ଚାଷୀଙ୍କ ଚିନ୍ତା ବଢି ଯାଇଛି । ବର୍ଷାରେ ଧାନ ପିଟିବା ଲାଗି ଶ୍ରମିକ ମିଳୁ ନ ଥିବାରୁ ଧାନପିଟା ମେସିନର ସାହାର ଦେଉଛନ୍ତି ଚାଷୀ । ତେଣୁ ମେସିନ୍ରେ ଧାନପିଟା ଦିବାରାତ୍ର ହେଉଥିବାରୁ ରାଇବଣିଆ ଥାନା ଅନ୍ତର୍ଗତ କଳମା ପଂଚାୟତର କୁଚବଣିଆ ଗାଁର ଏକ ଧାନପିଟା ମେସିନ୍ ଖୁଆଡ ପଂଚାୟତର ବଡହଳଦୀଗୁଣ୍ଡି (ନୂଆଗାଁ)ଠାରେ ଧାନ ଅମଳ କରୁଥିଲା । ଶନିବାର ରାତ୍ରୀ ୧୧ଟା ବେଳେ ଧାନପିଟା କାମ ସାରି ୫ଜଣ ଶ୍ରମିକ ମେସିନ୍ଟିକୁ ଏକ ଟ୍ରାକ୍ଟରରେ ଆଣୁଥିବା ବେଳେ ଏକ ମୋଡରେ ଟ୍ରାକ୍ଟରୁ ମେସିନଟି ଖସିପଡିଥିଲା । ଭାରସାମ୍ୟ ରକ୍ଷାକରିନପାରିବାରୁ ମେସିନଟି ତଳକୁ ଖସିପଡିବାରୁ ତଳେଛିଡା ହୋଇଥିବା ଗୋପାଳ ଟୁଡୁ (୨୦), ବାମରାଇ ହାଁସଦା (୨୨)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । କିନ୍ତୁ ଏହି ୩ଜଣକୁ ନେଇ ଗ୍ରାମବାସୀମାନେ ବାଲେଶ୍ୱର ସଦର ହସ୍ପିଟାଲରେ ପହଞ୍ଚିଥିଲେ । ସେଠାରେ ଡାକ୍ତର୨ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇ ଚିକିତ୍ସାଧିନ ଅଛଇନ୍ତି । କିନ୍ତୁ ଟ୍ରାକ୍ଟର ଡ୍ରାଇଭରଟି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା
