

ଛତ୍ରପୁର (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଗାଇବା ନିକଟସ୍ଥ ମାଲିଆରା ଘାଟିରେ ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ଘଟଣା ସ୍ଥଳରେ ଦୁଇ ମୃତ ଓ ୧୦ ରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବାହାଘର ସାରି ଗୁମ୍ମାର ବୃଡିଙ୍ଗ ଗ୍ରାମର ନିଜଗାଁ କାଶୀନଗର ବ୍ଲକର ଜାନିତାଡବାକୁ ଏକ ଟ୍ରାକ୍ଟର ଯୋଗେ ଫେରିବା ସମୟରେ ଏହି ଦୁର୍ଘଟଣା ଉଖୁରା ଗ୍ରାମ ପଞ୍ଚାୟତ ମାଲିଆରା ଘାଟିରେ ଘଟିଥିବା ସୂଚନା ମିଳିଛି । ମୄତକ ଦୁଇ ହେଲେ ଖୁରିଙ୍ଗ ଭୁୟାଁ, ଗାନୁ ଭୁୟାଁ ବୋଲି ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା